ଓଡ଼ିଶା ଖବରନ୍ୟୁଜ୍

ସଡ଼କ ଦୁର୍ଘଟଣାରେ ବାଇକ୍ ଆରୋହୀ ଙ୍କ ମୃତ୍ୟୁ

ନବରଙ୍ଗପୁର ଜିଲ୍ଲା ରାଇଘରର ଗଞ୍ଜାପାରା ସଡକ ନିକଟରେ ଜଣେ ବ୍ୟକ୍ତି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ସୂଚନା ପ୍ରକାରେ ଗତକାଲି ବିଳମ୍ବିତ ରାତିରେ ଗାଡି ନମ୍ବର ଓଡ଼ି 0୮ ୧୯୯୦ ମୋଟର ସାଇକେଲ ଗାଡି ସଡକ ପାର୍ଶ୍ଵରେ ପଡିଥିବା ବେଳେ ବାଇକ ଚାଳକ ମୃତ୍ୟୁ ବରଣ କରି ପଡିଥିବା ଦେଖିବାକୁ ମିଳିଛି । ପୋଲିସ କହିବା ଅନୁଯାୟୀ ଗତକାଲି ରାତ୍ରିରେ ପେଟ୍ରୋଲିଂ କରୁଥିବା ବେଳେ ଏପରି କୌଣସି ଘଟଣା ନଜର କୁ ଆସି ନ ଥିଲା ବୋଲି କହିଛନ୍ତି , ସମ୍ଭବତଃ ଏହି ଘଟଣା ଭୋର ସକାଳୁ ଘଟିଥିବା ଅନୁମାନ କରାଯାଉଛି । ଏହି ଘଟଣା ପ୍ରଥମେ ଗ୍ରାମବାସୀ ଦେଖି ପୋଲିସ କୁ ସୂଚନା ଦେଇଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ମୃତ ବ୍ୟକ୍ତି ଜଣକ ହେଲେ ଗୋପାଳ ମହାରଣା, ଭବାନୀପାଟଣା ନିବାସୀ ବୃତ୍ତିରେ ଶିଳ୍ପୀ କାରିଗର ଭାବେ ମନ୍ଦିର କାର୍ଯ୍ୟ କରନ୍ତି ,କିଛିଦିନ ଧରି ଜୟପୁର ରେ କାର୍ଯ୍ୟ କରି ଆସୁଥିବା ବେଳେ ଗତକାଲି ରାଇଘର ନିକଟରେ ଦୁର୍ଘଟଣା ର ଶିକାର ହୋଇଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ବାଇକ ଚାଳକ ରାସ୍ତା କଡରେ ଥିବା ଗଛ ଗୋଣ୍ଡି କୁ ଧକ୍କା ମାରି ଦୁର୍ଘଟଣା ର ଶିକାର ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି

Related posts

ୟୁକ୍ରେନ ଯୁଦ୍ଧରେ ଋଷ ସେନା ବିରୋଧରେ ସଙ୍ଗୀନ ଆରୋପ

Odisha Halchal

ରେଲୱେ ଅଟୋଷ୍ଟାଣ୍ଡରୁ ଗଞ୍ଜେଇ ଚୋରା ଚାଲାଣ

Odisha Halchal

ପୌର ଭୋଟ : ସକାଳ ୯ଟା ସୁଦ୍ଧା ୧୦ ପ୍ରତିଶତ ପୋଲିଂ

Odisha Halchal

Leave a Comment