ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍

ଦେଶ ବିଦେଶର ମୁଖ୍ୟ ଖବର

ଦେଶ ବିଦେଶର ମୁଖ୍ୟ ଖବର

ଭୁବନେଶ୍ୱର :-(ବ୍ୟୁରୋ ଓଡିଶା ହାଲଚାଲ)୧-ଭୁବନେଶ୍ୱର:ଗାଁ ରେ ସିଧା ପ୍ରସାରଣ ହେବ ହକି ବିଶ୍ବ କପ୍ ଖେଳ, ଦର୍ଶକଙ୍କୁ ମିଳିବ ଜଳଖିଆ,ପ୍ରତି ପଞ୍ଚାୟତରେ ଖର୍ଚ୍ଚ ହେବ ୨୦ ହଜାର ଟଙ୍କା।

୨-ଓଟିଇଟି ପରୀକ୍ଷାଫଳ ପ୍ରକାଶ: ୩୧, ୪୯୨ ପରୀକ୍ଷା ଦେଇଥିଲେ, କୃତକାର୍ଯ୍ୟ ହେଲେ ୧୬,୧୭୧।

୩-କମିସନରେଟ୍‌ ପୋଲିସର ୧୫ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟରେ ୩୦ ଟି ନୂଆ ଥାନା ଉଦଘାଟିତ।

୪-ଭୁବନେଶ୍ୱର:ମିଶନ ଶକ୍ତି ଗ୍ରୁପକୁ ସୁଧ ରିହାତି, ୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପର ବ୍ୟାଙ୍କ ଖାତାକୁ ଗଲା ୧୨୫ କୋଟି ଟଙ୍କା ସୁଧ ରିହାତି।

୫-ଭୁବନେଶ୍ୱର: ଡଟ୍ ଫେଷ୍ଟ କୁ ଜଗିବେ ୧୫ ପ୍ଲାଟୁନ ଫୋର୍ସ, ସିଲ୍ ହେବ ରାମମନ୍ଦିର -ବୁଦ୍ଧ ମନ୍ଦିର ରାସ୍ତା।

୬-ବିଜୁବାବୁଙ୍କ ଡାକୋଟା ବିମାନ କୋଲକାତାରୁ ଓଡ଼ିଶା ଆଣିବା ପ୍ରକ୍ରିୟା ଆରମ୍ଭ, ଅଲଗା କରାଯାଉଛି ବିଭିନ୍ନ ଅଂଶ।

୭-ଭୁଜାଲି ଦେଖାଇ ଝାମ୍ପିନେଲେ ୧୫ ଲକ୍ଷ , ଢେଙ୍କାନାଳର ପରଜଙ୍ଗ ଥାନା ଲୋଧଣୀ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରୁ ଲୁଟ।

୮-ଆହୁରି ୨ ଦିନ ପର୍ଯ୍ୟନ୍ତ ଜାଡ କୋପ ଲାଗି ରହିବ,ରାତି ଓ ପାହାନ୍ତା ସମୟରେ ଘରେ ରହିବାକୁ ପାଣିପାଗ ବିଭାଗର ପରାମର୍ଶ।

୯-ଅର୍ଚ୍ଚନା ମାମଲା, ୨୨୪୧ ପୃଷ୍ଟାର ଚାର୍ଜସିଟ୍‌ ଦାଖଲ କଲା ଇଡି।ଅର୍ଚନାଙ୍କ ଆଲିସାନ୍ କୋଠାର ମୂଲ୍ୟ ୩ କୋଟି ୪୦ ଲକ୍ଷ ଟଙ୍କା ବୋଲି ଆକଳନ କରିଛି ଇଡି।

୧୦-କନ୍ଧମାଳ ମହାସିଙ୍ଗି ଓ ବଇଡାରେ କିଟ୍ ପକ୍ଷରୁ ୨ଶହ ଶଯ୍ଯା ବିଶିଷ୍ଟ ଅତ୍ୟାଧୁନିକ ହସ୍ପିଟାଲ୍ ଓ ଡେ ବୋର୍ଡି ବିଦ୍ୟାଳୟର ଭୂମିପୂଜନ ଅନୁଷ୍ଠିତ।

୧୧-ପୁରୀ ଜିଲ୍ଲା ଗୋପରେ ତୈଳ ଓ ପ୍ରାକୃତିକ ଗ୍ୟାସ୍ ସନ୍ଧାନ ମିଳିବା ପରେ ଖନନ ପ୍ରକ୍ରିୟା ଆରମ୍ଭ ।

୧୨-ମାଞ୍ଜା ସୂତା ବ୍ୟବହାର ନେଇ ରୋକ ଲଗାଇଲେ ହାଇକୋର୍ଟ; କଟକଣା କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ।

୧୩-ବିପଦରେ ଦେବଭୂମି ଉତ୍ତରାଖଣ୍ଡର ଯୋଶୀମଠ। ଦବିଗଲାଣି ସହରର ୬ଶହ ଘର, ରାତାରାତି ସ୍ଥାନାନ୍ତର ହେଲେଣି ୭୦ ପରିବାର।

୧୪-ଧର୍ମାନ୍ତୀକରଣକୁ ନେଇ ସୁପ୍ରିମକୋର୍ଟ ବଡ ଟିପ୍ପଣୀ। କୋର୍ଟ କହିଲେ, ଗମ୍ଭୀର ପ୍ରସଙ୍ଗକୁ ନେଇ ନକରାଯାଉ ରାଜନୀତି।

୧୫-ତାମିଲନାଡୁ ବିଧାନସଭାରେ ଅଭାବନୀୟ ପରିସ୍ଥିତି ,ମତଭେଦ ଯୋଗୁଁ ଗୃହ ଛାଡ଼ି ପଳାଇଲେ ରାଜ୍ୟପାଳ।

୧୬-ବୋମା ଗୁଜବ ପାଇଁ ମସ୍କୋ-ଗୋଆ ବିମାନର କରାଗଲା ଜରୁରୀ ଅବତରଣ।

Related posts

ଆଧାର ନ ଥିବାରୁ ପେନସନ ରୁ କଟିଲେ ବିକଳାଙ୍ଗ

Odisha Halchal

ସଙ୍କଟ ସମୟରେ ଶ୍ରୀଲଙ୍କାର ଖାଦ୍ୟ ସଙ୍କଟ ଦୂର କରିବାକୁ ଭାରତ ପଠାଇଲା ୪୦୦୦୦ ଟନ୍ ଚାଉଳ

Odisha Halchal

ପୃଥିବୀ ଆଡ଼କୁ ଖସୁଛି ବିରାଟ ପଥର ଖଣ୍ଡ, ସତର୍କ କଲା ନାସା

Odisha Halchal

Leave a Comment