ଅପରାଧଓଡ଼ିଶା ଖବରନ୍ୟୁଜ୍

ଜାତୀୟ ରାଜପଥରେ ଚୋରା ତେଲ ବେପାର

ଜାତୀୟ ରାଜପଥରେ ଚୋରା ତେଲ ବେପାର

କେନ୍ଦ୍ରାପଡା:-(ରିପୋର୍ଟ-ଜନ୍ମେଜୟ ବିଶ୍ୱାଳ)ଜାତୀୟ ରାଜପଥ ୫ନଂ (କ)ର ବଡ଼ପାଳ ଗଡା ଠାରୁ ବୌଦ ଛକ ପର୍ଯ୍ୟନ୍ତ ଛାଲିଛି ଦିନ ଦ୍ୱିପ୍ରହର ରେ ବେଆଇନ ଚୋରା ତେଲ ବେପାର। ପାରାଦ୍ୱୀପ ରେ ଥିବା ତିନୋଟି ତୌଳ ଡିପୋ ଇଣ୍ଡିଆନ ଅଏଲ, ବି ପି ସି ଏଲ ଓ ଏଚ ପି ସି ଏଲ ରୁ ପ୍ରତ୍ୟେକ ଦିନ ପାଖାପାଖି ଶହ ଶହ ତୌଳ ବୋଝେଇ ଟ୍ୟାଙ୍କଲର ଜାତୀୟ ରାଜପଥ ଯୋଗେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାକୁ ତୈଳ ଯୋଗାଣ ହୋଇଥାଏ।

ପରିତାପର ବିଷୟ ଏହି ତୈଳ ଟ୍ୟାଙ୍କଲର ର ଡ୍ରାଇଭର ମାନେ ନିଜର ଖର୍ଚ୍ଚ ଯଥା ପକେଟ ଗରମ ପାଇଁ ପ୍ରତ୍ୟେକ ଦିନ କିଛି ଅସାଧୁ ତେଲ ମାଫିଆ ମାନଙ୍କ ସହିତ ହାତ ମିଳାଇ ବେଧଡକ ଭାବରେ ତେଲ ଯୋଗାଇ ନିଜର ପକେଟ ଗରମ କରିଥାନ୍ତି। ବଜାରରେ ତେଲ ରେଟ୍ ହୁ ହୁ ହୋଇ ବଢ଼ି ଚାଲିଥିବା ସମୟରେ ଏହି ଅସାଧୁ ତେଲ ବେପାରୀ ମାନେ ଟ୍ୟାଙ୍କଲର ମାନଙ୍କ ଠାରୁ କମ୍ ମୂଲ୍ୟରେ ତେଲ କିଣି ଭଲ ଦୁଇ ପଇସା କମାଇବା ସହିତ ନିଜ ଅଞ୍ଚଳରେ ପତିଆରା ଜାହିର କରୁଥିବା ଦେଖିବାକୁ ମିଳୁଛି।

ପରିତାପର ବିଷୟ ଦିନ ଦ୍ୱିପହର ରେ ଏହି ବେଆଇନ ଚୋରା ତେଲ ଚାଲୁଥିବା ସମୟରେ ପ୍ରଶାସନ କିପରି ଜାଣି ପାରୁନି ଏହା ଚିନ୍ତାର ବିଷୟ।

Related posts

ପାଞ୍ଚ ଶହ ଦିନରୁ ଅଧିକ ହୋଇଗଲାଣି ଧାରଣା,ନଜର ନାହିଁ ପ୍ରଶାସନର

Odisha Halchal

70 ପରିବାର ଙ୍କ ଭରସା ସାଜିଛି ବାଉଁଶ ପୋଲ

Odisha Halchal

ତାଳଚେର ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ଅଗ୍ନିକାଣ୍ଡ

Odisha Halchal

Leave a Comment