ଅପରାଧଓଡ଼ିଶା ଖବରନ୍ୟୁଜ୍

ସିମ୍‌ କାର୍ଡ ଜାଲିଆତି ମାମଲା, ୩ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡ ଅନୁମତି ଦେଲେ କୋର୍ଟ

ସିମ୍‌ କାର୍ଡ ଜାଲିଆତି ମାମଲା, ୩ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡ ଅନୁମତି ଦେଲେ କୋର୍ଟ

ସିମ କାର୍ଡ ଜାଲିଆତି ମାମଲାରେ ରିମାଣ୍ଡରେ ଆସିବେ ତିନି ଅଭିଯୁକ୍ତ । ଗିରଫ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଅନୁମତି ଦେଲେ କୋର୍ଟ । ଆସନ୍ତା ୪ ତାରିଖ ଠାରୁ ଏହି ତିନି ଅଭିଯୁକ୍ତ ରିମାଣ୍ଡରେ ଆସିବା ନେଇ ଜଣାପଡ଼ିଛି ।

ବାଚସ୍ପତିଙ୍କ ନାଁରେ ଫେକ୍‌ ଆକାଉଣ୍ଟ କରିଥିଲେ ଏହି ଅଭିଯୁକ୍ତମାନେ । ସିମ୍‌ ଜାଲିଆତି ଘଟଣାରେ ଏପରି ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ନାଁରେ ହୋଇଥିଲା ହ୍ବାଟସଆପ ଆକାଉଣ୍ଟ । ଓଡ଼ିଶା ସର୍କଲର ଏକ BSNL ନମ୍ବରକୁ ବ୍ୟବହାର କରିଥିଲେ ଠକ।

ଖବର ଅନୁଯାୟୀ, ରବିବାର ଦିନ କ୍ରାଇମବ୍ରାଞ୍ଚ ସିମ୍‌ ଜାଲିଆତି କାର୍‌ବାର ନେଇ ଏକ ରାକେଟ୍‌କୁ ଠାବ କରିଥିଲା । ଏହି ଗ୍ୟାଙ୍ଗକୁ ଠାବ କରିବା ପରେ ଏବେ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନାଁକୁ ବ୍ୟବହାର କରିଥିଲେ ସାଇବର ଠକ ।ବାଚସ୍ପତିଙ୍କ ନାଁରେ ତିଆରି କରିଥିଲେ ଜାଲ ଆକାଉଣ୍ଟ ।

ଓଡ଼ିଶା ସର୍କଲର ଏକ ବିଏସଏନଏଲ ସିମକୁ ବାଚସ୍ପତିଙ୍କ ହ୍ବାଟ୍ସଆପ ନମ୍ବର ଭାବେ ଦର୍ଶାଇଥିଲେ ଦୃବୁର୍ତ୍ତ । ଘଟଣାରେ ଅଧିକ ତଥ୍ୟ ହାସଲ ପାଇଁ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ । ରିମାଣ୍ଡ ପାଇଁ ଆଜି କୋର୍ଟରେ ଆବେଦନ କରିବ କ୍ରାଇମ୍‌ବ୍ରାଞ୍ଚ ।

Related posts

ଘର ଦ୍ୱାର ମୁଁହଁ ତାଲା ଭାଙ୍ଗି ଶଶୁର ଘରେ ପ୍ରବେଶ କଲା ବୋହୂ

Odisha Halchal

କରୋନା ମହାମାରୀ ନେଇ ଖୁବ ଶୀଘ୍ର ହେବ ଗୁରୁତ୍ୱପୂର୍ଣ୍ଣ ଘୋଷଣା

Odisha Halchal

ମନରେଗା ପାଉଣା ପାଇଁ ବି ଡ଼ି ଓ ଙ୍କୁ ଦାବିପତ୍ର

Odisha Halchal

Leave a Comment