ଅପରାଧଓଡ଼ିଶା ଖବରନ୍ୟୁଜ୍

ଆରଏମ୍‌ସି ଇନ୍ସପେକ୍ଟରଙ୍କ ଘରେ ପଶିଲା ଭିଜିଲାନ୍ସ

ଆରଏମ୍‌ସି ଇନ୍ସପେକ୍ଟରଙ୍କ ଘରେ ପଶିଲା ଭିଜିଲାନ୍ସ

ଭିଜିଲାନ୍ସ ଜାଲରେ ନିୟନ୍ତ୍ରିତ ବଜାର ପରିଷଦ ସମ୍ପାଦକ । ସୁନ୍ଦରଗଡ ଜିଲ୍ଲାର ନିୟନ୍ତ୍ରିତ ବଜାର ପରିଷଦ ସମ୍ପାଦକ ବନମାଳୀ ନାଏକ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଏକାସାଙ୍ଗରେ ୫ଟି ସ୍ଥାନରେ ଚଢାଉ ଜାରି ରଖାଯାଇଛି ।

ସୂଚନା ଅନୁସାରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ ନିୟନ୍ତ୍ରିତ ବଜାର ପରିଷଦ ସମ୍ପାଦକ ବନମାଳୀ ନାଏକ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି ।

ସୁନ୍ଦରଗଡସ୍ଥିତ ଅଫିସ, ତଳଶଙ୍କରା ମୌଜାରେ ୩ ମହଲା ବିଶିଷ୍ଟ ଘର, କୁକୁରିଡିହିସ୍ଥିତ ପୈତୃକ ଘର, ସୁନ୍ଦରଗଡ ଲେଫ୍ରିପଡାସରେଇ କେଲାସ୍ଥିତ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସର ଚଢାଉ କରୁଛି ।

ସୁନ୍ଦରଗଡ ଭିଜିଲାନ୍ସ ସ୍ପେଶାଲ କୋର୍ଟଙ୍କ ନିର୍ଦ୍ଦେଶରେ ଏହି ଚଢାଉ ଜାରି ରହିଛି । ଭିଜିଲାନ୍ସର ଏହି ଚଢାଉରେ ୫ ଜଣ ଡିଏସପି, ୭ ଜଣ ଇନସ୍ପେକ୍ଟର, ୪ ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀମାନେ ସାମିଲ ରହିଛନ୍ତି ।

Related posts

ସଂଘବଦ୍ଧ ଆକ୍ରମଣରେ ଗଲା ଜୀବନ

Odisha Halchal

ଖରାପ ପାଗ ଯୋଗୁ ସ୍ଥଗିତ ହେଲା ଅମରନାଥ ଯାତ୍ରା

Odisha Halchal

ଚୋରା ପ୍ରେମ ଭାରି କଷ୍ଟ ଦାୟକ

Odisha Halchal

Leave a Comment