ଅପରାଧଓଡ଼ିଶା ଖବରନ୍ୟୁଜ୍

ହାଟ ମଝିରେ ସ୍ତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ

ହାଟ ମଝିରେ ସ୍ତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ

ହାଟ ମଝିରେ ସ୍ତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ। ଆଜି ଏପରି ଘଟଣା ଯାଜପୁର ଜିଲ୍ଲା ଦାନଗଦି ହାଟରେ ଦେଖିବାକୁ ମିଳିଛି। ଗୁରୁତର ଆହତ ହୋଇଥିବା ମହିଳାଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଅଭିଯୁକ୍ତ ସ୍ୱାମୀ ଚମ୍ପଟ ମାରିଛି।

ଟମକା ଅଞ୍ଚଳର ମୁନ୍ନା ପାତ୍ର ଦାନଗଦି ଅଞ୍ଚଳର ସୁଭଦ୍ରା ପାତ୍ରଙ୍କୁ ବିବାହ କରିଥିଲା। ବାହାଘର ପରେ ଉଭୟ କାମଦାମ କରି ଚଳୁଥିଲେ। ତେବେ ଏହାରି ଭିତରେ ମୁନ୍ନା ଅନ୍ୟ ଜଣେ ମହିଳା ସଂସ୍ପର୍ଶରେ ଆସିଲା। ପରେ ତାଙ୍କୁ ବିବାହ କରିଥିଲା। ମୁନ୍ନା ଦ୍ୱିତୀୟ ବିବାହ କରିବାରୁ ସୁଭଦ୍ରା ବାପଘରକୁ ପଳାଇ ଯାଇଥିଲେ। ସେଠାରେ ଏକାକୀ ରହୁଥିଲେ। ମୂଲ ମଜୁରୀ ଲାଗି ଚଳୁଥିଲେ।

ଦ୍ୱିତୀୟ ବିବାହ କରିଥିଲେ ମଧ୍ୟ ମୁନ୍ନା ମଝିରେ ମଝିରେ ପ୍ରଥମ ସ୍ତ୍ରୀ ସୁଭଦ୍ରାଙ୍କ ପାଖକୁ ଆସୁଥିଲେ। ତାଙ୍କୁ ଟଙ୍କା ମାଗୁଥିଲେ। ଟଙ୍କା ନଦେଲେ ମାଡ଼ ମାରୁଥିବା ଅଭିଯୋଗ ହୋଇଥିଲା। ଶୁକ୍ରବାର ଦାନଗଦି ହାଟ ଥିବାରୁ ସୁଭଦ୍ରା ହାଟ କରିବା ପାଇଁ ଯାଇଥିଲେ। ଏଠାରେ ସୁଭଦ୍ରାଙ୍କୁ ଏକୁଟିଆ ପାଇ ମୁନ୍ନା ଏକ ଧାରୁଆ କଟୁରୀରେ ଆକ୍ରମଣ କରିଥିଲେ। ଚୋଟ ପରେ ଚୋଟ ଦେଇଥିଲେ।

ସୁଭଦ୍ରାଙ୍କୁ ଉଦ୍ଧାର କରିବାକୁ ଯାଇ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦାନଗଦି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ତେବେ ସୁଭଦ୍ରାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।ଅନ୍ୟପକ୍ଷରେ ଆକ୍ରମଣ କରି ମୁନ୍ନା ଚମ୍ପଟ ମାରିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏପର୍ଯ୍ୟ ଅଭିଯୁକ୍ତ ସ୍ୱାମୀ ମୁନ୍ନାକୁ ପୁଲିସ ଗିରଫ କରି ପାରିନାହିଁ।

Related posts

ଭିନ୍ନକ୍ଷମ ମହିଳା ଙ୍କୁ ଭତ୍ତା ଖଣ୍ଡେ ପାଇଁ ସାତ ସପନ

Odisha Halchal

ବିଶ୍ବ ରେକର୍ଡ କଲେ ୧୩ ବର୍ଷର ଦିବ୍ୟାଙ୍ଗ ସନ୍ତରଣକାରୀ : ପହଁରିଲେ ୨୯ କିଲୋମିଟର ପାକ୍-ପ୍ରଣାଳୀ, ଜିତିଲେ ଫ୍ରେଣ୍ଡସିପ୍‌ କପ୍‌

Odisha Halchal

ପୁରୀ ମୁଖ୍ୟ କେନାଲରେ କୁମ୍ଭୀର ଆତଙ୍କ, ଭୟରେ ସ୍ଥାନୀୟ ବାସିନ୍ଦା

Odisha Halchal

Leave a Comment