ଅପରାଧଓଡ଼ିଶା ଖବରନ୍ୟୁଜ୍

ଦାଦନ ଋତୁ ରେ ୨ଟିସ୍ଥାନ ରୁ ୩୨ ଦାଦନ ଶ୍ରମିକ ଉଦ୍ଧାର , ୨ ଦାଦନ ଦଲାଲ ଗିରଫ

ଦାଦନ ଋତୁ ରେ ୨ଟିସ୍ଥାନ ରୁ ୩୨ ଦାଦନ ଶ୍ରମିକ ଉଦ୍ଧାର , ୨ ଦାଦନ ଦଲାଲ ଗିରଫ

ପାଟଣାଗଡ଼:-(ରିପୋର୍ଟ :-ଅବିନାଶ ବିଶ୍ଵାଳ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ପୋଲିସ ଶୁକ୍ରବାର ପେଟ୍ରୋଲିଂ ସମୟରେ ଗମ୍ଭାରୀ ଛକ ଠାରୁ ୧୦ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ । ଏହାପରେ ଦିନ ୧୧ଟାରେ ଭେଲୁଆଁଖୋଲ ନିକଟରୁ ପିଙ୍କି ନାମକ ଏକ ବସ୍‌ରୁ ୨୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଏହା ସହ ୨ ଦାଦନ ସର୍ଦ୍ଦାରଙ୍କୁ ପୋଲିସ ଗିରଫ କରିଛି ।

ସୂଚନାନୁଯାୟୀ , ଖପ୍ରାଖୋଲ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଦୁଇଟି ପୃଥକ ସ୍ଥାନରୁ ୩୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଆଜି ଭୋର ସମୟରେ ପେଟ୍ରୋଲିଂ ଟିମ୍ ଗମ୍ଭାରୀ ଛକ ଠାରୁ ୧୦ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ଖପ୍ରାଖୋଲ ଥାନାକୁ ଆଣିଥିଲା । ସେମାନଙ୍କୁ ପଚରାଉଚୁରା କରିବାରୁ ସେମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲାଣ ହେଉଥିବା ଜଣାପଡ଼ିଥିଲା । ଉଦ୍ଧାର ହୋଇଥିବା ଦାଦନ ଶ୍ରମିକମାନେ ଓଡ଼ିଆପାଲି ପଞ୍ଚାୟତ ଅନ୍ତର୍ଗତ ବୁଢ଼ୀବାହାଲ ଗ୍ରାମର ୩ଜଣ ପୁରୁଷ , ୩ ଜଣ ମହିଳା ସମେତ ୪ ଜଣ ଶିଶୁ ବୋଲି ଜଣାପଡ଼ିଛି ।

ତୁରେକେଲା ଥାନା ଖୁଟଲୁମୁଡାର ଦାଦନ ସର୍ଦ୍ଦାର ଗଣେଶ ପାତ୍ର ତରଫରୁ ବୁଢ଼ୀବାହାଲ ଗ୍ରାମର ଦାଦନ ଦଲାଲ ଟଙ୍କଧର ପୁଟେଲ ସେମାନଙ୍କୁ ଏକ ବୋଲେରୋ ଯୋଗେ ବାହାର ରାଜ୍ୟକୁ ବେଆଇନ ଭାବେ ଚାଲାଣ କରୁଥିବା ଜଣାପଡିଥିଲା । ସେହିପରି ସକାଳ ୧୧ଟା ବେଳେ ଭେଲୁଆଁଖୋଲ ନିକଟରେ ପିଙ୍କି ବସରୁ ୨୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିଲା ପୋଲିସ । ସେମାନେ ବରଗଡ଼ ଜିଲ୍ଲା ବୁଡେନ ଥାନା ଅନ୍ତର୍ଗତ ରାଇବାହାଦୁରପୁର ଗ୍ରାମର ବୋଲି ଜଣାପଡ଼ିଛି ।

ଉଦ୍ଧାର ହୋଇଥିବା ଦାଦନ ଶ୍ରମିକଙ୍କ ମଧ୍ୟରେ ୭ ଜଣ ପୁରୁଷ, ୭ ଜଣ ମହିଳା ସମେତ ୮ ଜଣ ଶିଶୁ ରହିଛନ୍ତି । ସେମାନଙ୍କୁ ଖୁଟଲୁମୁଣ୍ଡାର ଦାଦନ ସର୍ଦ୍ଦାର ପୁରନ ବାଗ ତରଫରୁ ଦାଦନ ଦଲାଲ ଦୟାନନ୍ଦ ସାହୁ ବାହାର ରାଜ୍ୟକୁ ଚାଲାଣ କରୁଥିବା ଜଣାପଡିଥିଲା । ଏହି କ୍ରମରେ ସମୁଦାୟ ୩୨ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ବୋଲେରୋ ସମେତ ଦୁଇ ଦାଦନ ଦଲାଲଙ୍କୁ ଅଟକ ରଖି ପୋଲିସ ଘଟଣାର ତଦନ୍ତ କରୁଛି । ଏନେଇ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି ।

Related posts

୨୦୦ଟଙ୍କିଆ ନକଲି ନୋଟ୍‌ କାରବାର ପର୍ଦ୍ଦାଫାସ

Odisha Halchal

ଆମ ପୋଲିସ ସମିତି ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା

Odisha Halchal

ଝିଆରିକୁ ପ୍ରେମ ଜାଲରେ ପକାଇଲା ବିବାହିତ କାକା

Odisha Halchal

Leave a Comment