ଓଡ଼ିଶା ଖବରନ୍ୟୁଜ୍

ସରକାରୀ ବିଦ୍ୟାଳୟରେ ପାଠପଢ଼ି ଓଏଏସ

ସରକାରୀ ବିଦ୍ୟାଳୟରେ ପାଠପଢ଼ି ଓଏଏସ

ମାଲକାନଗିରି :-(ରିପୋର୍ଟ:-କ୍ରିଷ୍ଣା ପଦ ରାୟ)ସରକାରୀ ବିଦ୍ୟାଳୟରେ ପାଠପଢ଼ି ଓଏଏସ ପରୀକ୍ଷାରେ ୫ମ ସ୍ଥାନ।ଦେବବ୍ରତ ମହାରଣ।ମାଲକାନଗିରି ଜିଲ୍ଲା ସଦର ମହକୁମାର ଜଣେ ଯୁବକ ଓ.ଏ.ଏସ ପରୀକ୍ଷାରେ ରାଜ୍ୟରେ ୫ମ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ।

ସଦର ମହକୁମା କୁମୁଟିଗୁଡାର ଅବସରପ୍ରାପ୍ତ ସହକାରୀ ବ୍ଲକ ଶିକ୍ଷାଅଧିକାରୀ ରବିନ୍ଦ୍ର କୁମାର ମହାରଣାଙ୍କ ଜ୍ୟୋଷ୍ଠ ପୁତ୍ର ଦେବବ୍ରତ ମହାରଣା ଓଏଏସରେ ୫ମ ସ୍ଥାନ ଅଧିକାର କରିଥିବାରୁ ପରିବାର ସହ ଜିଲ୍ଲାରେ ଦେବବ୍ରତଙ୍କୁ ପ୍ରସଂଶାର ସୁଅ ଛୁଟିଛି । ଦେବବ୍ରତ ଗତ ବର୍ଷ ଓ.ଏ.ଏସ ପରୀକ୍ଷା ଦେଇଥିଲେ ମଧ୍ୟ ୩୮ ରେଙ୍କ ପାଇଥିବା ବେଳେ ସେ ସାଧାରଣ ବର୍ଗ ହୋଇଥିବାରୁ ତାଙ୍କୁ ଓ.ଆର.ଏସ୍ ରେ ନିଯୁକ୍ତି ଦିଆଯାଇଥିଲା ।

ସେ ଭବାନିପାଟଣା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସହକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଛନ୍ତି । କଠିନ ପରିଶ୍ରମ କରି ଆଜି ସେ ଓ.ଏ.ଏସ ପାଇଛନ୍ତି । ଦେବବ୍ରତ ତାଙ୍କରି ଏହି ସଫଳତା ପାଇଁ ନିଜର ପିତା ମାତା ଏବଂ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Related posts

ତିନି ଛୁଆଙ୍କୁ ଛାଡ଼ି ଚାଲିଗଲା ମାଆ

Odisha Halchal

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ କଳାପତାକା

Odisha Halchal

ଜିଲ୍ଲାସ୍ତରୀୟ ଆଶା, ଗାଁକଲ୍ୟାଣଏବଂ ମହିଳା ଆରୋଗ୍ୟସମିତିବାର୍ଷିକ ସମ୍ମିଳନୀ

Odisha Halchal

Leave a Comment