ଓଡ଼ିଶା ଖବରନ୍ୟୁଜ୍

ଶ୍ରେଣୀଗୃହରେ ଛାତ୍ରଛାତ୍ରୀ ଜୀବନକୁ ବାଜି ଲଗାଇ ପାଠ

ଶ୍ରେଣୀଗୃହରେ ଛାତ୍ରଛାତ୍ରୀ ଜୀବନକୁ ବାଜି ଲଗାଇ ପାଠ

ବିଦ୍ୟାଳୟକୁ ଅସୁରକ୍ଷିତ ଘୋଷଣା ପରେ ମଧ୍ୟ ଶ୍ରେଣୀଗୃହରେ ଛାତ୍ରଛାତ୍ରୀ ଜୀବନକୁ ବାଜି ଲଗାଇ ପାଠ ପଡୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ସତେ ଯେପରି ସର୍ବଶିକ୍ଷା ଅଭିଯାନ ଓ ସରକାରଙ୍କ 5t ଯୋଜନା ଦିଗହରା ହୋଇପଡିଥିବାର ଦୃଶ୍ୟଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ତୁନୁପୁର ପ୍ରାଥମିକବିଦ୍ୟାଳୟରେ।

ଆଜକୁ 6ବର୍ଷହେବ ଏକ ବାତ୍ୟା ଆଶ୍ରୟସ୍ଥଳୀରେ ଭଗ୍ନ କୋଠରୀରେ ପରିଚାଳିତ ହୋଇଆସୁଅଛି ବିଦ୍ୟାଳୟଟି। ଛାତରୁ ଖସୁଛି ପ୍ଲାସ୍ଟର ହେଲେ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଥିବାବେଳେ 35ରୁ ଉର୍ଦ୍ଧ୍ବପିଲା ଅତି ବିପଦସଂକୁଳ ଅବସ୍ଥାରେ ପାଠ ପଡ଼ିଥାନ୍ତି। ଏନେଇ ସ୍କୁଲର ଶିକ୍ଷକଶିକ୍ଷୟତ୍ରୀ, ଅଭିଭାବକ ଓ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭକରି ମଣ୍ଡଳ ଶିକ୍ଷାଅଧିକାରୀଙ୍କୁ ଲିଖିତ ଜଣାଇଥିଲେ ମଧ୍ୟ ଏଯାବତ କୌଣସି କାଯ୍ୟାନୁଷ୍ଠା ଗ୍ରହଣ କରାଯାଇନାହିଁ।

ସ୍କୁଲ କାଯ୍ୟକରି ହେଉଥିବା ବିଦ୍ୟାଳୟକୁ ଅସୁରକ୍ଷିତ ଘୋଷଣାପରେ ଶିକ୍ଷାବିଭାଗ ପକ୍ଷରୁ ବିଦ୍ୟାଳୟକୁ ତଦନ୍ତ କରାଯାଇଥିବା ବେଳେ ଏବେ ମଧ୍ୟ ବିଦ୍ୟାଳୟଟି ଅସୁରକ୍ଷିତ ବାତ୍ୟାଆଶ୍ରୟ ସ୍ଥଳୀରେ ଚାଲୁଅଛି। ଏଭଳି ବିପଦସଂକୁଳ ଅବସ୍ଥାରେ ସ୍କୁଲ ପରିଚାଳିତ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ବିଦ୍ୟାଳୟରେ ନୂତନ ଗୃହଦାବିରେ ତାଲାପକାଇ ପ୍ରତିବାଦ କରିଥିବାର ଦେଖିବାକୁ ମିଳିଛି।

ଏହି ବ୍ଳକରେ 23ଟି ସ୍କୁଲ ବାତ୍ୟା ଆଶ୍ରୟ ସ୍ଥଳୀରେ ଚାଲୁଥିବା ସହ ବାତ୍ୟାଆଶ୍ରୟସ୍ଥଳୀ ଗୁଡିକ ନିମ୍ନମାନର ବୋଲି ମଣ୍ଡଳ ଶିକ୍ଷା ଅଧିକାରୀ ଜଗବନ୍ଧୁ ଶତପଥୀ ଅବଗତ ଅଛନ୍ତି। ତୁନୁପୁର ପ୍ରାଥମିକ ବିଦ୍ୟାଳୟ ମଧ୍ୟ ଏକ ଅସୁରକ୍ଷିତ ବାତ୍ୟା ଆଶ୍ରୟ ସ୍ଥଳୀରେ ଶ୍ରେଣୀଗୃହ ପରିଚାଳିତ ହେଉଥିବାର ସେ ଅବଗତ ଥିବାବେଳେ ଏହି ସ୍କୁଲକୁ ଏକ ନୂତନଗୃହପାଇଁ ମଞ୍ଜୁର ହୋଇଛି ଆଗମି ଦିନରେ କରାଯିବ ବୋଲି ସୂଚନା ଦେଇଛନ୍ତି।

Related posts

ଧରାପଡିଲେ ଲୁଟେରା ଗ୍ୟାଙ୍ଗ, ମାଷ୍ଟରମାଇଣ୍ଡ ଥିବା ନାବାଳକ ସହ ୫ଜଣଙ୍କୁ ବାନ୍ଧିଲା ପୋଲିସ

Odisha Halchal

ବେଆଇନ ପାର୍ଟି ଓ ରେଭ ପାର୍ଟି ଉପରେ ବି ପୁଲିସର ନଜର

Odisha Halchal

ଆଇପିଏଲ୍‌: ଅହମଦାବାଦ୍‌ରେ ହେବ ଫାଇନାଲ ମ୍ୟାଚ୍‌! ଦୁଇ ପ୍ଲେଅଫ୍ ମୁକାବିଲା ନେଇ ଦ୍ୱନ୍ଦ୍ୱ ଜାରି

Odisha Halchal

Leave a Comment