ଅପରାଧଓଡ଼ିଶା ଖବରନ୍ୟୁଜ୍

ରାତିରେ ଚାଲିଛି ପୋଲିସର ବଟି ଆଦାୟ ଖେଳ

ରାତିରେ ଚାଲିଛି ପୋଲିସର ବଟି ଆଦାୟ ଖେଳ

ରାତିରେ ଚାଲିଛି ପୋଲିସର ବଟି ଆଦାୟ ଖେଳ ।ନ ଦେଲେ ହଇରାଣ ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଏବେ ଭାଇରାଲ ହେବାର ଲାଗିଛି ।

ଖବର ଅନୁଯାୟୀ, ରାତିରେ ୧୬ ନମ୍ବର ଜାତୀୟ ରାଜପଥରେ ପାଟ୍ରୋଲିଂ ବେଳେ ଏନ୍‌ଏଚ୍‌ ପାଟ୍ରୋଲିଂ ଟିମ୍‌ କୁକୁଡ଼ା ବୋଝେଇ ଗାଡିକୁ ବଟି ନେଉଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭଦ୍ରକ ରାଣୀତାଲ୍‌ ନିକଟରେ ରହୁଥିବା ଓଡିଶା ପୋଲିସର ହାଇଓ୍ୱା ପାଟ୍ରୋଲିଂ ପିସିଆର୍‌ ଗାଡି ବିଭିନ୍ନ ସମୟରେ ଅନେକ ଗାଡିଠୁ ଟଙ୍କ ନେଉଥିବାର ଅଭିଯୋଗ ଆସୁଛି ।

ଯଦି ଏହି ସବୁ ଗାଡିଗୁଡିକ ବେଆଇନ୍‌ ଭାବେ ଚାଲାଣ ହେଉଛି , ତାହାଲେ ତାକୁ ସିଜ୍‌ କରାଯାଉ । କିନ୍ତୁ ବେଆଇନ୍‌ ଭାବେ ବଟି ଆଦାୟକୁ ସାଧାରଣରେ ନିନ୍ଦା ହୋଇଛି । ଭିଡିଓ ଭାଇରାଲ ପରେ ପୋଲିସର କାର୍ଯ୍ୟଧାରାକୁ ନେଇ ଏବେ ପ୍ରଶ୍ନ ଉଠିଛି । ତେବେ ପୋଲିସ ପାଟ୍ରୋଲିଂ ପିସିଆର୍‌ ଗାଡିର କର୍ମଚାରୀଙ୍କ ଉପରେ କି କାର୍ଯ୍ୟନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ।

Related posts

ହିଜାବ ବିବାଦ: କର୍ଣ୍ଣାଟକ ହାଇକୋର୍ଟର ବଡ ନିଷ୍ପତ୍ତି

Odisha Halchal

ଶେଷ ଖାଇବା ହେଲା ବିବାହ ଭୋଜି

Odisha Halchal

ଜାତୀୟ ରାଜପଥ ନିକଟରେ ଟ୍ରମା କେୟାର କେନ୍ଦ୍ର- ସ୍ୱାସ୍ଥ୍ୟ ବିଭାଗ

Odisha Halchal

Leave a Comment