ଅପରାଧଓଡ଼ିଶା ଖବରନ୍ୟୁଜ୍

ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା ! ଥାନାରେ ଅଭିଯୋଗ କଲେ ଝିଅର ମାଆ

ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା ! ଥାନାରେ ଅଭିଯୋଗ କଲେ ଝିଅର ମାଆ

ରାଜଧାନୀରେ ଚାଞ୍ଚଲ୍ୟ । ଯୌତୁକ ପାଇଁ ନବ ବିବାହିତାଙ୍କୁ ହତ୍ୟା ଅଭିଯୋଗ । ଏପରି ଅଭିଯୋଗ ଆଣିଲେ ଝିଅଙ୍କ ବାପ ଘର ଲୋକ। ଖଣ୍ଡଗିରି ଥାନାରେ ମାମଲା ରୁଜୁ ପରେ ତଦନ୍ତ କରୁଛି ପୋଲିସ ।

ଖବର ଅନୁଯାୟୀ, ଗତ ଏପ୍ରିଲ ୨୮ରେ ଭଦ୍ରକ ତିହିଡି ଅଣ୍ଡରାଇ ଗାଁର ରାଧାକାନ୍ତ ନାୟକ ନିଜ ଝିଅ ପ୍ରଭାପତିଙ୍କ ସହ ଭୁବନେଶ୍ବର ସରକାନ୍ତରାର ପ୍ରମୋଦ ଖୁଣ୍ଟିଆଙ୍କ ପୁଅ ପ୍ରକାଶ ଖୁଣ୍ଟିଆଙ୍କ ସହ ବାହାଘର ହୋଇଥିଲା । ଗତ ମେ ୨୯ ତାରିଖରେ ହଠାତ ବାପ ଘର ଲୋକ ଝିଅ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଖବର ପାଇଥିଲେ ।

ପର ଦିନ ଝିଅ ବାପା ଘର ଲୋକ ଭୁବନେଶ୍ବର ଆସିବା ବେଳକୁ ଝିଅକୁ ମଶାଣିକୁ ନେଇ ଯାଇଥିବା ଖବର ପାଇଥିଲେ । ଏହା ପରେ ମେ ୩୦ରେ ମହିଳାଙ୍କ ମା ମାଧବୀ ନାୟକ ଆସି ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ । ଝିଅକୁ ବାହାଘର ପରେ ନିର୍ଯାତନା ଦିଆଯାଉଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

Related posts

ପ୍ରଧାନମନ୍ତ୍ରୀ ଆବାସ ଗୃହରୁ ବଞ୍ଚିତ

Odisha Halchal

ଷାଠିଏ ଫୁଟ ଉଚ୍ଚତା ର ତୁଳସୀ ବୃକ୍ଷ

Odisha Halchal

ଖେଳ ଖେଳୁଥିବା ସମୟରେ ଅଘଟଣ

Odisha Halchal

Leave a Comment