ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ମେ’ ଶେଷରେ ଆସିବ ମୌସୁମୀ

ମେ’ ଶେଷରେ ଆସିବ ମୌସୁମୀ

ଏଥର ଆଗୁଆ ଆସିବ ମୌସମୀ । ସମ୍ଭବତଃ ମେ ମାସ ଶେଷ ସପ୍ତାହରେ ଆସିପାରେ । ଚଳିତ ମାସ ଶେଷ ଆଡ଼କୁ ତାପମାତ୍ରା କମିବ ବୋଲି କହିଛନ୍ତି ସିଇସି ଡ. ଶରତ ଚନ୍ଦ୍ର ସାହୁ ।

ଡ. ସାହୁ କହିଛନ୍ତି ଯେ, ଏଥର ଶୀଘ୍ର ମୌସୁମୀ ଆସିବାର ସମ୍ଭାବନା ରହିଛି । ମେ ମାସ ଶେଷ ଆଡକୁ ରାଜ୍ୟରେ ତାପମାତ୍ରା କମିଯିବ । ଯାହା ଦ୍ୱାରା ମୌସମୀ ଆସିବା ସହଜ ହେବ । ଏହାକୁ ନେଇ ବିଭିନ୍ନ ମଡେଲରୁ ଅନୁମାନ କରାଯାଉଥିବା ସେ କହିଛନ୍ତି ।

ସୂଚନାଯୋଗ୍ୟ, ଏବେ ରାଜ୍ୟରେ ବାତ୍ୟା ଆଶଙ୍କା ରହିଛି । ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାରେ ପରିଣତ ସମ୍ଭାବନା ଦେଖାଦେଇଛି । ଲଘୁଚାପ କ୍ଷେତ୍ରଟି ଶନିବାର ଅବପାତରେ ପରିଣତ ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ୮ ତାରିଖ ସଂଧ୍ୟା ସୁଦ୍ଧା ଅବପାତ ବାତ୍ୟାରେ ପରିଣତ ହେବା ସମ୍ଭାବନା ସୃଷ୍ଟି ହୋଇଛି । ସେହିପରି ବାତ୍ୟା ୧୦ ତାରିଖରେ ଲ୍ୟାଣ୍ଡଫଲ କରିପାରି ବୋଲି ଅନୁମାନ କରାଯାଉଛି ।

Related posts

ଅଳିଆ ଆବର୍ଜ୍ଜନା ରେ ପରିପୂର୍ଣ୍ଣ ମନମୁଣ୍ଡା ସହର

Odisha Halchal

ଉତ୍କଳ ଆଲୁମିନା ବିରୁଦ୍ଧରେ ୧୨୦ କି:ମି: ପଦଯାତ୍ରା

Odisha Halchal

ଭିନ୍ନକ୍ଷମ ମହିଳା ଙ୍କୁ ଭତ୍ତା ଖଣ୍ଡେ ପାଇଁ ସାତ ସପନ

Odisha Halchal

Leave a Comment