ଆସନ୍ତା ଏପ୍ରିଲ ୨୯ ତାରିଖରୁ ହେବ ମାଟ୍ରିକ ପରୀକ୍ଷା । ଏପ୍ରିଲ ୨୯ରୁ ପରୀକ୍ଷା ଆରମ୍ଭ ହୋଇ ମେ ୬ ତାରିଖ ଯାଏଁ ଚାଲିବ । ଏନେି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ।
ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା-୨ କରାଯିବ । ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା-୨ ସବୁ ପିଲାଙ୍କ ପାଇଁ ବାଧ୍ୟତାମୂଳକ କରାଯିବ । ଯଥା ସମ୍ଭବ ପରୀକ୍ଷାଗୁଡିକ ନିଜ ସ୍କୁଲରେ କରାଯିବ ବୋଲି ମୁଖ୍ୟ ସଚିବ କହିଛନ୍ତି ।
ସେହିପରି ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲ ଶିକ୍ଷକ ନିଯୁକ୍ତ ହେବେ । ନିଜ ସ୍କୁଲରେ ପରୀକ୍ଷା ନହୋଇପାରିଲେ ନିକଟବର୍ତ୍ତୀ ସ୍କୁଲରେ ହେବ । ୩ଟି ପଦ୍ଧତିପରେ ମାଧ୍ୟମିକ ଶିକ୍ଷା ପରିଶଦ ପରୀକ୍ଷା ଫଳ ନିର୍ଦ୍ଧାରଣ କରିବେ ।