ଦେଶ ବିଦେଶନ୍ୟୁଜ୍

ବିଶ୍ୱର ସବୁଠୁ ଲମ୍ବା କାର: ଅବତରଣ କରିପାରିବ ହେଲିକପ୍ଟର, ସୁଇମିଂ ପୁଲ ବି ରହିଛି

ବିଶ୍ୱର ସବୁଠୁ ଲମ୍ବା କାର ଅବତରଣ କରିପାରିବ ହେଲିକପ୍ଟର, ସୁଇମିଂ ପୁଲ ବି ରହିଛି

ଚର୍ଚ୍ଚାରେ ବିଶ୍ୱର ସବୁଠାରୁ ଲମ୍ବା କାର। ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି ଏହି କାର। କାରଟିର ଲମ୍ବ ଏତେ ଅଧିକ ଯେ ଏହାକୁ ରାସ୍ତାରେ ଓଭର ଟେକ୍ କରିବା ଆଦୌ ସହଜ ନୁହେଁ। ଏହି ସୁପର ଲିମୋର ନାଁ ହେଉଛି ‘ଆମେରିକୀୟ ଡ୍ରିମ’। କାରଟିର ଲମ୍ବ ୩୦.୫୪ ମିଟର ବା ୧୦୦ ଫୁଟରୁ ଅଧିକ।

ବିଶ୍ୱର ସବୁଠାରୁ ଲମ୍ବା କାରର ଫଟୋକୁ ଗିନିଜ ୱାର୍ଲ୍ଡ ରେକର୍ଡ୍ସ ପକ୍ଷରୁ ଟ୍ୱିଟ କରାଯାଇଛି। ସାଧାରଣ ବଡ଼ବଡ଼ କାର୍‌ର ଲମ୍ବ ୧୨ ଫୁଟରୁ ୧୬ ଫୁଟ ଥିବା ବେଳେ ଏହାର ଲମ୍ବ ୧୦୦ ଫୁଟ ରହିଛି। ଏହା ଦେଖିବାକୁ ବେଶ ଆକର୍ଷଣୀୟ। କାରରେ ଗୋଟିଏ ହେଲିପ୍ୟାଡ ଥିବା ବେଳେ ଗଲ୍ଫ ଖେଳିବାର ବ୍ୟବସ୍ଥା ହୋଇଛି। ସେହିପରି କାର୍‌ ଭିତରେ ସୁଇମିଂ ପୁଲର ବ୍ୟବସ୍ଥା ମଧ୍ୟ କରାଯାଇଛି।

ପ୍ରକୃତରେ ଏହି କାରଟିକୁ ୧୯୮୬ରେ କାର୍ଲିଫର୍ଣ୍ଣିଆର ବୁରାବାଙ୍କରେ ଡିଜାଇନର ଜୟ ଓହରବରଗ ତିଆରି କରିଥିଲେ। ପ୍ରାରମ୍ଭିକ ତିଆରି ବେଳେ ଏହାର ଲମ୍ବ ୬୦ ଫୁଟ ଥିଲା। ହେଲେ ଏବେ କାର୍‌ଟି ନିଜ ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛି। ୧୦୦ ଫୁଟରୁ ଅଧିକ ଲମ୍ବ ଏହି କାରରେ ୨୬ଟି ଚକ ରହିଛି। ସେହିପରି ଏହାର ଆଗ ପାର୍ଶ୍ୱ ଓ ପଛ ପାର୍ଶ୍ୱରେ ଦୁଇ ଭି୮ ଇଞ୍ଜିନ ଲାଗିଛି। ଯାହା ଅତ୍ୟଧିକ ଶକ୍ତିଶାଳୀ। ଭାରତୀୟ ମାର୍କେଟରେ ଉପଲବ୍ଧ ହେଉଥିବା ୧୫ ଫୁଟ ଲମ୍ବ ହୁଣ୍ଡା ସିଟି ସେଡାନ୍ସ ଭଳି ୬ଟି କାର୍ ଆମେରିକୀୟ ଡ୍ରିମ ମଧ୍ୟରେ ବେଶ ଆରାମରେ ରହିପାରିବ।

Related posts

ସମାଧାନ ପାଇଁ ଟଙ୍କା ଦାବି

Odisha Halchal

ଚାଇନାକୁ ଫେରିଲା କରୋନା: ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ମାମଲା

Odisha Halchal

ପୂର୍ବ ଶତ୍ରୁତାରୁ ଛୁରାମାଡ଼, ଗୋଟିଏ ପରିବାରର ୩ ଗୁରୁତର

Odisha Halchal

Leave a Comment