ଅପରାଧଓଡ଼ିଶା ଖବରନ୍ୟୁଜ୍

ସମାଧାନ ପାଇଁ ଟଙ୍କା ଦାବି

ସମାଧାନ ପାଇଁ ଟଙ୍କା ଦାବି

କଟକ:-ସାମାନ୍ୟ ବଚସାକୁ କେନ୍ଦ୍ରକରୀ ଉଭୟ ପକ୍ଷଙ୍କ ମଧ୍ୟରେ ମାଡ଼ ପିଟ l ଘଟଣାକୁ ନେଇ 4 ଜଣଙ୍କ ନାମରେ ଥାନାରେ ହୋଇ ଥିଲା ଅଭିଯୋଗ l ଏଭଳି ଘଟଣା ସମ୍ନାକୁ ଆସିଛି କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ଅଞ୍ଚଳରେ l ପରେ ଗାଁ ମୁରବିଙ୍କ ମାଧ୍ୟମରେ ଘଟଣାର ହୋଇଥିଲା ଆପୋଷ ସମାଧାନ l ଉଭୟ ପକ୍ଷ ଥାନାରେ ଲିଖିତ ଜଣାଇବା ପରେ ଘଟଣାର ହୋଇଥିଲା ସମାଧାନ l ସମାଧାନର 22 ଦିନ ପରେ କାହା ପ୍ରବଚନାରେ ଅଭିଯୋଗକାରୀ ପୁନର୍ବାର କଲେ ଅଭିଯୋଗ।

ଏହି ଘଟଣାରେ ଅଭିଯୋଗ କାରିଙ୍କୁ ଉସକାଇ ଅଭିଯୁକ୍ତଙ୍କୁ ମଗାଗଲା ପୁରା ଏକ ଲକ୍ଷ୍ୟ ଟଙ୍କା l ଆଉ ବଦଳି ଯାଇଥିଲା ସବୁକିଛି l ପୂର୍ବରୁ 4 ଜଣଙ୍କ ନାମରେ ଅଭିଯୋଗ ହେଉଥିବା ବେଳେ ସମାନ ଘଟଣାରେ 4 ବଦଳରେ 8 ଜଣଙ୍କ ନାମରେ ଦିଆଗଲା fir l ୠଜୁହେଲା ସଂଗୀନ ମାମଲା l ଯେଉଁଠି ନ୍ୟାୟ ପାଇବା ଆଶାରେ fir ଦିଆ ଯାଏ ସେଠି ଟଙ୍କା ପାଇଁ ଦିଆଗଲା fir lସୂଚନା ମୁତାବକ ଏହି ଥାନା ଅଧିନସ୍ତ ଗୌଡ଼ଗୋପ ଗ୍ରାମର ଡ଼ମ୍ବରୁଦ୍ଧର ସେଠିଙ୍କ ପୁତ୍ର ଦଧିବାବନ ସେଠି ପଡୋଶୀ ଗୀରିଧାରୀ ସେଠିଙ୍କ ପୁତ୍ର ଚନ୍ଦନ ସେଠିଙ୍କ ସହ କମେଣ୍ଟ ମରାକୁ ନେଇ କଥା କଟାକଟି ହୋଇଥିଲା l ପରେ ଘଟଣାକୁ ନେଇ ଉଭୟ ପରିବାରଙ୍କ ମଧ୍ୟରେ ମାଡପିଟି ହୋଇ 4 ଜଣଙ୍କ ନାମରେ ଥାନାରେ ଦିଆ ଯାଇଥିଲା ଏତଲା l

ତେବେ ଉଭୟ ପକ୍ଷଙ୍କ ସହମତିରେ କିଛି ଅର୍ଥ ଦେଣେ ନେଣେ ହୋଇ ଘଟଣାର ହୋଇଥିଲା ଆପସ ସମାଧାନ l ମାମଲା ରୁଜୁ ନକରିବାକୁ ଉଭୟ ପକ୍ଷ୍ୟ ଥାନାରେ ଏକ ରଫାନାମା କପି କାରିଥିଲେ ପ୍ରଦାନ l ପରେ କିଛି କୁଚକ୍ରୀ ବ୍ୟକ୍ତିଙ୍କ ପ୍ରବଚନାରେ ପୁନର୍ବାର ଅଭିଯୋଗ କାରୀଙ୍କୁ ଏକ ଲକ୍ଷ୍ୟ ଟଙ୍କା ମଗାଯାଇଥିବା ଅଭିଯୋଗ ହେଉଛି l ଟଙ୍କା ନଦେବାରୁ ସମାନ ଘଟଣାରେ 4 ବଦଳରେ 8 ଜଣଙ୍କ ନାଁରେ ଦିଆ ଗଲା ପୁନର୍ବାର fir l ଆଉ ସାଙ୍ଗେ ସାଙ୍ଗେ ୠଜୁ ହୋଇଗଲା ସଂଗୀନ ମାମଲା l ଅପର ପକ୍ଷେ ଅଭିଯୋଗ କାରୀଙ୍କ ପକ୍ଷରୁ ମଧ୍ୟ ଏକ ପାଲଟା ଅଭିଯୋଗ ହୋଇଥବା ଜଣା ପଡିଛି l

ତେବେ ଉଭୟ ଏତଲାକୁ ଭିତିକରି ଘଟଣାରେ ସମ୍ପୃକ୍ତ ଦୁଇଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋଟ ଚାଲାଣ କରିଥିବା ଜଣା ପଡିଛି l ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତେଜନା ଲାଗିରହିଛି l ଭୟଭିତରେ ଅଛନ୍ତି ଲତାସେଠୀଙ୍କ ପରିବାର। ଏନେଇ ଲତା ସେଠୀ ଓ ସମର୍ଥକମାନେ ଏହାର ତଦନ୍ତସହ ନ୍ୟାୟ ଦାବୀ କରିଛନ୍ତି। ଏପଟେ ଏହି ଘଟଣାରେ ତଦନ୍ତ କରାଯାଉଛି ଆଉ ଯେଉଁମାନଙ୍କର ଏହି ଘାଟରେ ସମ୍ପୃକ୍ତି ଆସିବ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବବୋଲି sdpo ବିମଲ ବାରିକ କହିଛନ୍ତି।

Related posts

ପ୍ରେମିକାକୁ ବିଷ ପିଆଇ ରାସ୍ତାରୁ ହଟାଇଦେବାକୁ ଉଦ୍ୟମ

Odisha Halchal

ବନ୍ଦ ଘରେ ନାବାଳିକାଙ୍କୁ ନିର୍ଯାତନା

Odisha Halchal

ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବନ ମହୋତ୍ସବ ଓ ପରିବେଶ କବିତା

Odisha Halchal

Leave a Comment