ଅପରାଧଓଡ଼ିଶା ଖବରନ୍ୟୁଜ୍

ପୂର୍ବ ଶତ୍ରୁତାରୁ ଛୁରାମାଡ଼, ଗୋଟିଏ ପରିବାରର ୩ ଗୁରୁତର

ପୂର୍ବ ଶତ୍ରୁତାରୁ ଛୁରାମାଡ଼, ଗୋଟିଏ ପରିବାରର ୩ ଗୁରୁତର

ପୁର୍ବ ଶତ୍ରୁତାକୁ ନେଇ ଛୁରାମାଡ଼ I ଏଥିରେ ତିନି ଜଣ ଗୁରୁତର ହୋଇଛନ୍ତି I ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୋନପୁର ଜିଲ୍ଲା ବିନିକା ସହରର ପାତିକାର ପଡାରେ ଘଟିଛି ଏପରି ଘଟଣା । I

ଖବର ଅନୁଯାୟୀ, ମୃତାହ କାର୍ଯ୍ୟପାଇଁ ସମ୍ବଲପୁର ଜିଲ୍ଲା ରେଙ୍ଗାଲିରୁ ତିନି ଜଣ ଯୁବକ ବିନିକା ସହରର ପାତିକାର ପଡାକୁ ଆସିଥିଲେ I ହେଲେ ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଛୁରା ମାଡ଼ ହୋଇଥିଲା I ଯାହାଫଳରେ ପାତିକାର ପଡ଼ାର ମା କୁମୋ ଗୁରୁ, ପୁଅ ରାଇଫଲ ଗୁରୁ ଏବଂ ରତ୍ନୀ ବାଗ ଗୁରୁତର ହୋଇଛନ୍ତି ।

ସମସ୍ତଙ୍କୁ ଉଦ୍ଧାର କରି ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସେମାନେ ଚିକିତ୍ସିତ ହୋଇ ଘରକୁ ଯାଇଛନ୍ତି I ଏହି ଘଟଣାକୁ ନେଇ ବିନିକା ଥାନାରେ ଉଭୟ ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରହିଛି I

Related posts

ସୂର୍ଯ୍ୟୋପରାଗ ସମାପ୍ତ ହେବାର ତୁରନ୍ତ ପରେ ଏହି କାମ ନିଶ୍ଚୟ କରନ୍ତୁ

Odisha Halchal

ନିଖୋଜ ବ୍ୟକ୍ତିକୁ ଖୋଜୁଛି ଅଗ୍ନିଶମ ବିଭାଗ

Odisha Halchal

ଆପଣ ଓଟିଇଟି ପରୀକ୍ଷା ଦେଇଥିଲେ କି

Odisha Halchal

Leave a Comment