ଓଡ଼ିଶା ଖବରନ୍ୟୁଜ୍ମନୋରଞ୍ଜନ

ବାଲ୍ୟବିବାହ ରୋକିବା ନେଇ ତିଆରି ହେଲା”ମିଶନ ଉଡ଼ାଣ”

ବାଲ୍ୟବିବାହ ରୋକିବା ନେଇ ତିଆରି ହେଲାମିଶନ ଉଡ଼ାଣ

ମାଲକାନଗିରି:-(ରିପୋର୍ଟ- କ୍ରିଷ୍ଣପଦୋ ରାୟ)ଗ୍ରାମାଞ୍ଚଳରେ ଏବେ ମଧ୍ୟ ଦେଖିବାକୁ ମିଳେ ବାଲ୍ୟବିବାହ ର ପ୍ରଥା, ବାପା ମାଆ ନିଜର ଝିଅ କୁ ୧୮ ବର୍ଷ ନ ପୁରୁନୁ ତତ୍ପର ହୋଇ ପଡ଼ନ୍ତି ନିଜର ଝିଅ ଟିକୁ ବିବାହ କରେଇ ଦେବା ପାଇଁ , ଏପଟେ ସରକାର ଙ୍କ ନିୟମାନୁସାରେ ନିଜ ଝିଅ କୁ ୧୮ ବର୍ଷ ପରେ ବିବାହ ଦେବା ପାଇଁ ନିୟମ କରିଥିବା ବେଳେ, ସାଧାରଣତଃ ଲୋକେ ଏହାକୁ ଅବମାନନା କରନ୍ତି।

ଏପରିକି ଏକ ରିପୋର୍ଟ ଅନୁସାରେ ରାଜ୍ୟ ର ଅନନ୍ୟ ଜିଲ୍ଲା ତୁଳନାରେ ମାଲକାନଗିରି ଜିଲ୍ଲା ରେ ବାଲ୍ୟବିବାହ ହାର ଅଧିକ ରହିଛି।ତେବେ ଏନେଇ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ବାଲ୍ୟବିବାହ ରୋକିବା ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରିଥିଲେ ମଧ୍ୟ , ଲୋକେ ଏହାକୁ ଗ୍ରହଣ କରି ପାରୁନାହାନ୍ତି। ତେବେ ଜିଲ୍ଲା ପ୍ରଶାସନ ସହିତ ଜିଲ୍ଲାର ଯୁବ ଗୋଷ୍ଠୀ ମଧ୍ୟ ଏକାଗ୍ରତା ଦେଖାଇ ଏହି ଚଳଚ୍ଚିତ୍ରଟି ନିର୍ମାଣ କରିଛନ୍ତି।

ଆଉ ସାଧାରଣ ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚେଇବା ପାଇଁ ନିର୍ମାଣ କଲେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ଯାହା ର ନାଁ ଦେଇଛନ୍ତି “ମିଶନ ଉଡ଼ାଣ” ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ, ନିଜ କରକମଳ ରେ ଚଳଚ୍ଚିତ୍ରର ଉନ୍ମୋଚନ ମଧ୍ୟ କରିଛନ୍ତି। ଏହି କ୍ଷୁଦ୍ର ଚଳଚ୍ଚିତ୍ର ଦ୍ଵାରା ସାଧାରଣ ଲୋକଙ୍କ ମନୋବୃତ୍ତିକୁ ଦୁର କରିବା ପାଇଁ ଛୋଟିଆ ପ୍ରୟାସ ବୋଲି କହିଛନ୍ତି, ଏଥି ସହିତ ୧୧ମିନିଟି ବିଶିଷ୍ଟ ଏହି କ୍ଷୁଦ୍ର ଚଳଚ୍ଚିତ୍ର କୁ ନିହାତି ଭାବରେ ଦେଖିବା ପାଇଁ ମାଲକାନଗିରି ଶିଶୁ ସୁରକ୍ଷା ଅଧିକାରୀ ସମସ୍ତ ଙ୍କୁ ନିବେଦନ କରିଛନ୍ତି। ତେବେ ଦେଖିବାକୁ ବାକି କେତେ ସଫଳତା ହାସଲ କରୁଛି, ଏହି ସଚେତନତା ଚଳଚ୍ଚିତ୍ର ଟିଏ।

Related posts

ଧାନକିଣାରେ କାଟ ଓ ଚାଉଳ କାଟର ପ୍ରତିବାଦରେ ବୌଦ୍ଧ ବିଜୁ ଜନତା ଦଳ

Odisha Halchal

କାହା ଚାପରେ ବଦଳି ହେଲେ ବୌଦ୍ଧ ଏସପି

Odisha Halchal

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ପରଲୋକ

Odisha Halchal

Leave a Comment