ଅପରାଧଓଡ଼ିଶା ଖବରନ୍ୟୁଜ୍

ବଢୁଛି ବଜ୍ରକାପ୍ତା ଚାଲାଣ, ରାଜ୍ୟ ବାହାରକୁ ଜୀବନ୍ତ ବଜ୍ରକାପ୍ତା ଚାଲାଣ ପାଇଁ ଚାଲିଥିଲା ଡିଲ୍‌, ପହଞ୍ଚିଗଲା ପୋଲିସ୍‌

ବଢୁଛି ବଜ୍ରକାପ୍ତା ଚାଲାଣ

ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ବଜ୍ରକାପ୍ତା ଚୋରାଚାଲାଣ । ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ଜୀବନ୍ତ ବଜ୍ରକାପ୍ତା । ସବୁଠାରୁ ବଡ଼ କଥା ହେଲା ବଜ୍ରକାପ୍ତା ଚାଲାଣ ପାଇଁ ଏବେ ରାଜ୍ୟରେ ସକ୍ରିୟ ମାଫିଆ ଯେଉଁମାନଙ୍କୁ ଧରିବା ଏବେ ପୋଲିସ୍ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଛି ।

ସୂଚନା ଅନୂସାରେ ଆଜି ସେଭଳି ଏକ ଡିଲ୍ ଚାଲିଥିବା ବେଳେ ଦେବଗଡ଼ ପୋଲିସ୍ ଚଢାଇ କରି ଗୋଟିଏ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି । ଆଜି ବାରକୋଟ ବନାଞ୍ଚଳ କିଆନାଳ ଜଙ୍ଗଲରେ କିଛି ମାଫିଆ ଏକ ଜୀବନ୍ତ ବଜ୍ରକାପ୍ତାକୁ ରାଜ୍ୟ ବାହାରକୁ ଚାଲାଣ କରିବା ପାଇଁ ଯୋଜନା କରୁଥିବା ବେଳେ ପୋଲିସ୍ ହାତରେ ଧରାପଡିଛନ୍ତି ।

ଏହି ମାମଲାରେ ପୋଲିସ୍ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡିଛି ।

Related posts

ପୁଣି ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି

Odisha Halchal

ଉଦଯାପିତ ହେଲା ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା

Odisha Halchal

ପ୍ରତୀକ୍ଷାର ଘଟିବ ଅନ୍ତ, ଲୋକାର୍ପଣ ହେବ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଆଣ୍ଡ ହସପିଟାଲ

Odisha Halchal

Leave a Comment