ଓଡ଼ିଶା ଖବରଖେଳନ୍ୟୁଜ୍

ଉଦଯାପିତ ହେଲା ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା

ଉଦଯାପିତ ହେଲା ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା

ବୌଦ୍ଧ:- (ରିପୋର୍ଟ :-ଆଶିଷ ବିହାରୀ ଠାକୁର)ବିଶ୍ଵକପ୍ ହକି ଉପଲକ୍ଷେ ପ୍ରତ୍ୟେକ ଗ୍ରାମାଞ୍ଚଳରୁ କ୍ରୀଡ଼ାବିତ୍ ମାନଙ୍କୁ ଉତ୍ସାହିତ କରିବା ପାଇଁ ବୌଦ୍ଧ ଜିଲ୍ଲାରେ କ୍ରୀଡ଼ା ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । ବୌଦ୍ଧ ବ୍ଲକ ବାଉଁଶୁଣି ହାଇସ୍କୁଲ ଖେଳ ପଡ଼ିଆରେ ବ୍ଲକ ପ୍ରଶାସନ ପକ୍ଷରୁ ଗତ ୪ ତାରିଖରୁ ଆରମ୍ଭ ହୋଇ ୭ ଦିନ ଧରି ଚାଲୁଥିବା ବ୍ଲକ ସ୍ତରୀୟ କ୍ରୀଡାପ୍ରତିଯୋଗିତା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତା ଟି ବୌଦ୍ଧ ବିଡିଓ ଅଭିନାଶ ପାଣ୍ଡିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିଲା ।

ସାଂସ୍କୃତିକ କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ ମାନ୍ୟବର ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ବୌଦ୍ଧ ବ୍ଲକ୍ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ୪ ଜୋନ୍ ଜିଲ୍ଲା ପରିଷଦ ଇଂ ରାକେଶ କୁମାର ତ୍ରିପାଠୀ ଙ୍କ ସହ ବୌଦ୍ଧ ବ୍ଲକ ର ସମସ୍ତ ସରପଞ୍ଚ ଉପସ୍ଥିତ ଥିଲେ । କ୍ରୀଡ଼ା ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍ ରେ କବାଡି ଖେଳରେ ମୃଶୁଣ୍ଡି ଓ ରକ୍ସା ଦଳ ମଧ୍ୟରୁ ରକ୍ସା ଦଳ ବିଜୟୀ ହୋଇଥିବା ବେଳେ ଭୋଲିବଲ ରେ ଶଗଡା ଓ ତେଲିବନ୍ଧ ମଧ୍ୟରୁ ଶଗଡା ଦଳ ବିଜୟୀ ହୋଇଥିଲେ ଏବଂ ଫୁଟବଲ୍ ରେ ମନୁପାଲି ଓ ଖୁଣ୍ଟବନ୍ଧ ମଧ୍ୟରୁ ମନୁପାଲି ଦଳ ୨ଟି ଗୋଲ୍ ଦେଇ ବିଜୟୀ ହୋଇଥିଲେ ।

ସେହିଭଳି ଅନ୍ତିମ ଦିନର ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଥିଲା ମଞ୍ଚ । ଗେହ୍ଲାମା କଳା ନିକେତନ, ପ୍ରଣାମ ଅନୁଷ୍ଠାନ ବୌଦ୍ଧ ସମେତ ପଞ୍ଚିମ ଓଡ଼ିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀ ମାନଙ୍କ ଦ୍ଵାରା ମେଲୋଡି କାର୍ଯ୍ୟକ୍ରମ ଓ ଅଞ୍ଚଳର ଦଣ୍ଡ କଳାକାର ମାନଙ୍କ ଦ୍ଵାରା ପତରସଉରା ନୃତ୍ୟ ମାନ ଅନୁଷ୍ଠିତ ହୋଇଥିଲା ଏହି ଖେଳ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ହଜାର ହଜାର ଦର୍ଶକଙ୍କ ସମାଗମ ଦେଖିବାକୁ ମିଳିଥିଲା

Related posts

ଆରମ୍ଭ ହେଲା ବୌଦ୍ଧ ମହୋତ୍ସବ

Odisha Halchal

ବିଦାୟ ନେଲେ ମାଁ ଶ୍ଵାମକାଳି

Odisha Halchal

ଲକ୍ଷାଧିକ ଟଙ୍କାର ବାଣ ଜବତ

Odisha Halchal

Leave a Comment