ଓଡ଼ିଶା ଖବରନ୍ୟୁଜ୍

ବଢିଚାଲିଛି ଦେଶୀ ମଦ କାରବାର

ବଢିଚାଲିଛି ଦେଶୀ ମଦ କାରବାର

ଗାଁରେ ଚାଲିଛି ଦେଶୀ ମଦର ଅବାଧ କାରବାର । ମଦ ଯୋଗୁଁ ଘରେ ଘରେ ଲାଗିରହିଛି ଅଶାନ୍ତି । ଏଥିରେ ଅତିଷ୍ଠ ହୋଇ ଆଜି ଅବକାରୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଶତାଧିକ ମହିଳା ।

ଆନନ୍ଦପୁର ଉପଖଣ୍ଡ ଘଷିପୁରା ଅବକାରୀ ବିଭାଗ ଅଧୀନ କୁମୁଣିଆ ଗାଁରେ ଦେଶୀ ମଦକୁ ନେଇ ତାତିଛନ୍ତି ମହିଳା । ଘରର ପୁରୁଷ ଲୋକ ମାନେ ଗାଁରେ ବିକ୍ରି ହେଉଥିବା ବେଆଇନ୍ ଦେଶୀ ମଦ ପିଇବା ସହିତ ମହିଳାମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ଓ ମାରପିଟ୍ କରୁଥିବା ଅଭିଯୋଗ କରିଛନ୍ତି ମହିଳା । ମହିଳା ମାନେ ପର ମୂଲ କରି ଯାହା ଦୁଇ ପଇସା ରୋଜଗାର କରୁଛନ୍ତି ତାକୁ ନେଇ ପୁରୁଷ ମାନେ ମଦ ପିଉଛନ୍ତି ।

ଘରର ଛୋଟ ଛୁଆମାନେ ପାଠ ନପଢ଼ି ପଥଭ୍ରଷ୍ଟ ହେଉଛନ୍ତି । ବାରମ୍ଵାର ଘଟଣା କୁ ନେଇ ଥାନା ଓ ଅବକାରୀ କାର୍ଯ୍ୟାଳୟରେ ଅଭିଯୋଗ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଯାହାକୁ ନେଇ ମହିଳାମାନେ ତାତିବା ସହିତ ଅବକାରୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

Related posts

ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ନୀତି ନିର୍ଘଣ୍ଟ: ଭୋର ୪ଟାରୁ ପହଣ୍ଡି, ୧୨ଟା ୧୫ରେ ଛେରା ପହଁରା

Odisha Halchal

ଜମ୍ମୁ କଶ୍ମୀର ସୁରକ୍ଷା ନେଇ ବୈଠକ ଡାକିଲେ ଅମିତ ଶାହ

Odisha Halchal

କରୋନାର XE ଭାରିଆଣ୍ଟ କ’ଣ? ଭାରତରେ ପ୍ରଥମ ମାମଲା ନେଇ ସୃଷ୍ଟି ହୋଇଛି ଦ୍ବନ୍ଦ୍ବ

Odisha Halchal

Leave a Comment