ଓଡ଼ିଶା ଖବରନ୍ୟୁଜ୍

ନବ ଗଠିତ କୃଷି ଓ ବୈଷୟିକ ପରିଚାଳନା ସଂସ୍ଥlର ପ୍ରଥମ ବୈଠକ

ନବ ଗଠିତ କୃଷି ଓ ବୈଷୟିକ ପରିଚାଳନା ସଂସ୍ଥlର ପ୍ରଥମ ବୈଠକ

ମହାକାଳପଡ଼ା:-(ରିପୋର୍ଟ:-ଶଶିଭୂଷଣ ରାଉତ)କୃଷି ଓ କୃଷକର ଉନ୍ନତି ନେଇ ବ୍ଲକ ସ୍ତରୀୟ କୃଷି ଓ ବୈଷୟିକ ପରିଚାଳନା ସଂସ୍ଥା(ଆତ୍ମା, ATMA ର  ) କାର୍ଯ୍ୟ କରିଆସୁଛି l  କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ମତେ  ଆଧୁନିକ ପ୍ରଣାଳୀରେ ଅଧିକ ଅମଳକ୍ଷମ ତଥା  ରୋଗ ପ୍ରତିହତ କାରି  ବିହନ ଏବଂ  ଔଷଧ  ବ୍ୟବହାର କରି    ଚାଷୀ ଲାଭବାନ ହେବାର ଲକ୍ଷ୍ୟ ରହିଛି l

ଏହିଭାବେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା   ବ୍ଲକ   କୃଷି ଅଧିକାରୀଣୀଙ୍କ ପ୍ରତ୍ୟକ୍ଷତତ୍ୱାବଧାନରେ  ମଙ୍ଗଳବାର ଦିନ ନବଗଠିତ  ଆତ୍ମା ର  24 ସଭ୍ୟ /ସଭ୍ୟl  ମାନଙ୍କୁ ନେଇ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି l  ବ୍ଲକ କୃଷି କାର୍ଯ୍ୟାଳୟ ପରିସରରେ ଆୟୋଜିତ ବୈଠକରେ ବ୍ଲକ ବୈଷୟିକ ଟିମ ଓ ବ୍ଲକ କୃଷକ ପରାମର୍ଶ କମିଟି ର ସଭ୍ୟ /ସଭ୍ୟା ମାନେ ଯୋଗ ଦେଇ ନିଜ ନିଜର ମତ ରଖିଥିଲେ l ବ୍ଲକ କୃଷି ଅଧିକାରିଣୀ ତଥା ଆତ୍ମା  କନଭେନର  ପ୍ରଣତି ମହାନ୍ତି, ଆତ୍ମା ଅଧ୍ୟକ୍ଷ ବିଜୟ କୁମାର ଜେନା, A. F. O ରଶ୍ମି ରଞ୍ଜନ ଦାସ,A. H. O ସୌଭାଗ୍ୟ ମହାପାତ୍ର, B. T. M ହିମାଂଶୁ ବେହେରା, A. T. M ସଂଗ୍ରାମ ଖୁଣ୍ଟିଆ  ଓ ଅନ୍ୟ  କୃଷି କର୍ମ ଚାରି ମାନେ ଉପସ୍ଥିତ ଥିଲେ l

ଏତଦ ବ୍ୟତୀତ ବ୍ଲକ ଉପାଧ୍ୟକ୍ଷ ବିଜୟ ଶୁକ୍ଲା  ଓ ଜିଲ୍ଲା ପରିଷଦ ସଭ୍ୟ ମାନେ ଉପସ୍ଥିତ ଥିଲେ l ସର୍ବୋପରି ଉପଲବ୍ଧ କୌଶଳ ଓ ମାନବ ସମ୍ବଳ ବ୍ୟବହାର କରି କିପରି ଅଂଚଳର ଚାଷୀ ଲାଭବାନ ହୋଇ ପାରିବେ ଏଥି ପ୍ରତି ଦୃଷ୍ଟି ଦେବେ ବୋଲି ଅଧ୍ୟକ୍ଷ ଶ୍ରୀଯୁକ୍ତ ଜେନା ଗଣ ମାଧ୍ୟମ କୁ କହିଛନ୍ତି l ତେବେ ବ୍ଲକ  ଅଧିନସ୍ଥ  13 ଗୋଟି କୃଷି ସର୍କଲ ରେ କାର୍ଯ୍ୟରତ ମାତ୍ର 7ଜଣ କ୍ଷେତ୍ରୀୟ କୃଷି କର୍ମଚାରୀଙ୍କ ସହଯୋଗରେ  କେତେଯେ ଚାଷୀ ଙ୍କୁ ଲାଭବାନ ରେ ସହାୟହେବେ  ଦେଖିବାକୁ ବାକି ରହିଲା lମହାକାଳପଡ଼ା ରୁ ଶଶିଭୂଷଣ ରାଉତ ଙ୍କ ରିପୋର୍ଟ ଓଡ଼ିଶା ହାଲଚାଲ।

Related posts

ଯୁଦ୍ଧ ଭିତରେ ପ୍ରଥମ ଥର ଋଷ ଭିତରେ ପଶି ମିସାଇଲ ମାଡକଲା ୟୁକ୍ରେନ୍, ରୋସ୍ତୋକ୍ ସହରରେ ବ୍ୟାପକ କ୍ଷୟକ୍ଷତି

Odisha Halchal

ସଡ଼କ ଦୁର୍ଘଟଣାରେ ବାଇକ୍ ଆରୋହୀ ଙ୍କ ମୃତ୍ୟୁ

Odisha Halchal

ପେଟ୍ରୋଲ-ଡିଜେଲର ଆକାଶ ଛୁଆଁ ଦର ଭିତରେ ଇଣ୍ଡିଆନ ଅୟଲ ମାଲାମାଲ, କଲା ରେକର୍ଡ ଲାଭ

Odisha Halchal

Leave a Comment