ଅପରାଧଓଡ଼ିଶା ଖବରନ୍ୟୁଜ୍

ନନ୍ଦପୁର ଥାନା ଅଧିକାରୀଙ୍କୁ ଆକ୍ରମଣ ଘଟଣା, ପୁଣି ୭ ଜଣଙ୍କୁ ଉଠାଇ ନେଲା ପୋଲିସ୍‌

ନନ୍ଦପୁର ଥାନା ଅଧିକାରୀଙ୍କୁ ଆକ୍ରମଣ ଘଟଣା, ପୁଣି ୭ ଜଣଙ୍କୁ ଉଠାଇ ନେଲା ପୋଲିସ୍‌

ନନ୍ଦପୁର ହାଟଶୁକୁ ଠାରେ ପୋଲିସକୁ ଆକ୍ରମଣ ଘଟଣାରେ ପୁଣି ୭ ଜଣକୁ ଉଠାଇଲା ପୋଲିସ । ଆକ୍ସନ ମୁଡରେ ପୋଲିସ । ପୋଲିସର ଦୃଢ କାର୍ଯ୍ୟାନୁଷ୍ଠାନ ଜାରି । ନନ୍ଦପୁରରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇ କୁମାର ଗନ୍ଧଣା ଗ୍ରାମରୁ ପୁଣି ୭ ଜଣକୁ ଉଠାଇ ଆଣିଛି ପୋଲିସ ।

ଗତକାଲି ଏହି ଘଟଣାରେ ୨ଜଣକୁ ଅଟକ ରଖିଜେରା କରୁଥିବା ବେଳେ ପୁଣି ୭ ଜଣଙ୍କୁ ଅଟକ ରଖି ନନ୍ଦପୁର ପୋଲିସ ଜେରା କରୁଛି । ଆକ୍ରମଣରେ ସମ୍ପୃକ୍ତ ଆସାମୀମାନଙ୍କୁ ଧରିବାକୁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଏବେ ବି ଚଢାଉ ଜାରି ରହିଛି । ଅଂଚଳରେ ଶାନ୍ତିଶୃଙ୍ଖଳା ବଜାଇ ରଖିବାକୁ ପୋଲିସର ଫ୍ଲାଗ ମାର୍ଚ ଜାରି ରହିଛି ।

ଅନ୍ୟପକ୍ଷରେ ୬୦ରୁ ଊର୍ଦ୍ଧ୍ୱ ଲୋକଙ୍କ ନାମରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ନଜରକୁ ଆସିଛି ।

Related posts

ପୋଖରୀ ପାଣିରେ ବୁଡି ଜଣେ ମୃତ

Odisha Halchal

ତହସିଲଦାର ହେଲେ ହଟହଟା

Odisha Halchal

ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ

Odisha Halchal

Leave a Comment