ଓଡ଼ିଶା ଖବରନ୍ୟୁଜ୍

ଚାଷୀଙ୍କ ଧାନବିକ୍ରି ପାଇଁ ଧାନକିଣା ପକ୍ରୀୟା ଆରମ୍ଭ

ଚାଷୀଙ୍କ ଧାନବିକ୍ରି ପାଇଁ ଧାନକିଣା ପକ୍ରୀୟା ଆରମ୍ଭ

ବୌଦ୍ଧି:-(ରିପୋର୍ଟ :-ଆଶିଷ ବିହାରୀ ଠାକୁର )କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବିଳାସପୁର ସେବା ସମବାୟ ସମିତିର (ପେକ୍ସ)ର ଆଜି ଧାନ କିଣା ର ଶୁଭାରମ୍ଭ ହୋଇଛି । ଚାଷୀଙ୍କ ସୁବିଧା ପାଇଁ ସମସ୍ତ ସେବା ସମବାୟ ସମିତିରେ ବୌଦ୍ଧ ଜିଲ୍ଲାରେ ଆଜକୁ ସାତ ଦିନ ହେବ ପ୍ରଥମ ପର୍ଯ୍ୟାୟ ଧାନ କିଣା ପ୍ରକ୍ରିୟା ଆରମ୍ଭ କରିଛି ବୌଦ୍ଧ ପ୍ରଶାସନ।

ଅଂଚଳର ବିଶିଷ୍ଠ ସମାଜ ସେବୀ, କୋସଲ ସଂଗ୍ରାମୀ ,ଚାଷି ନେତା ସୁବେଦାର ଲଳିତ କୁମାର ସାହୁ ପୂଜା ଅର୍ଚ୍ଚନା କରି ଚାଷୀଙ୍କ ମଙ୍ଗଳ ମନାସି ମେହେରୁଣୀ ଖଣ୍ଡିରେ ଥିବା ଧାନ ମଣ୍ଡି ର ଶୁଭାରମ୍ଭ କରି ଥିଲେ । ଏହି ଅବସରରେ ପେକ୍ସ ର ସଂପାଦକ ଶ୍ରୀ ପ୍ରଦୋସ ଦନ୍ତା, କର୍ମ କର୍ତ୍ତା ସୁଦର୍ଶନ ରଣା,ସୁମନ୍ତ ନାୟକ, ସମବାୟ ସମିତିର ସଭାପତି ପ୍ରବାସ କ୍ଷେତି, ଉପସଭାପତି ସଦସ୍ଯ ନରେଶ ସାହୁ, ନିର୍ଦ୍ଦେଶକ କର୍ମୁ ସାଗର,ଜୟନ୍ତ ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ସହିତ ଶତାଧିକ ଅଂଚଳର ଚାଷିମାନେ ତଥା ଆଜିର ଧାନ ବିକ୍ରେତା ଚାଷି ବିଶ୍ବ ରଂଜନ ପାଣିଗ୍ରାହୀ,ସମ୍ଭୁଭୁଷଣ ମହଲା, ସନ୍ତୋସ ମହଲା ,ବଶିଷ୍ଠ ଖଣ୍ଡଗିରି,ମୁନା ଦନ୍ତା,ନିରଂଜନ ଖଣ୍ଡଗିରି,ଖଗେଶ୍ବର ସାହୁ,ଗୋବର୍ଦ୍ଧନ ସାହୁ,ଧର୍ମୁ ସାଗର ପ୍ରମୁଖ ଉପସ୍ଥିତ ଥିଲେ ।

Related posts

ଅଧ୍ୟାପକଙ୍କ ଆନ୍ଦୋଳନକୁ ନଜରରେ ରଖି ସରକାରଙ୍କ ବିକଳ୍ପ

Odisha Halchal

ଡାକ୍ତରଙ୍କ ଅବହେଳା ଯୋଗୁଁ ନାବାଳକର ମୃତ୍ୟୁ ଅଭିଯୋଗ,ଶବ ରଖି ରାସ୍ତା ଅବରୋଧ।

Odisha Halchal

ପବିତ୍ର ଦୋଳପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସୁନାବେଶ

Odisha Halchal

Leave a Comment