ଓଡ଼ିଶା ଖବରନ୍ୟୁଜ୍

ଖରିଆର ରୋଡ଼ ଏନ ଏ ସିରେ ବିକାଶ କାର୍ଯ୍ୟକ୍ରମ

ଖରିଆର ରୋଡ଼ ଏନ ଏ ସିରେ ବିକାଶ କାର୍ଯ୍ୟକ୍ରମ

ନୂଆପଡା:-(ରିପୋର୍ଟ :-ଚେତୁଁରାମ ପ୍ରଧାନୀ )ଖରିଆରରୋଡ଼ ଏନ ଏ ସି ଜିଲ୍ଲାର ପ୍ରମୁଖ ବାଣିଜ୍ୟର ପେଣ୍ଠସ୍ଥଳୀ. ଏହି ସହର ଠାରୁ ନୂଆପଡା ରେଲୱେଷ୍ଟେସନ ଯିବା ପାଇଁ 1ନମ୍ବର ଓ 2ନମ୍ବର ପ୍ଲେଟଫାର୍ମ ରାସ୍ତା ନିର୍ମାଣ ପାଇଁ 32ଲକ୍ଷ ଟଙ୍କାର ବିକାଶ କାର୍ଯ୍ୟକ୍ରମ ସକାଶେ ଆଜି 1ଟା ସମୟରେ କଳାହାଣ୍ଡି ସାଂସଦ ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡା ମହୋଦୟଙ୍କ ଦ୍ୱାରା ଭୂମିପୂଜନ କାର୍ଯ୍ୟକ୍ରମ ରହିଛି.

ଉକ୍ତ କାର୍ଯ୍ୟକ୍ରମରେ DRUCC ସଦସ୍ୟ ତଥା ସାଂସଦ ପ୍ରତିନିଧି ଶ୍ରୀମାନ ଗୋଲଡି ଅଗ୍ରୱାଲ ମଧ୍ୟ ଉପସ୍ଥିତ ରହିବେ. ସମସ୍ତ ନଗରବାସିଙ୍କର ଆଶୀର୍ବାଦ ଯୋଗୁଁ ଏହି କାର୍ଯ୍ୟକ୍ରମ କରାଯାଇଥିଲା. ଆଉ ମଧ୍ୟ ଶ୍ରୀମାନ ଗୋଲଡି ଅଗ୍ରୱାଲ ଖରିଆରରୋଡ଼ ନଗର ସ୍ଥିତ ବହୁ ଦିନର ପୁରୁଣା ରାସ୍ତା ରେଳୱେ ଦ୍ୱାରା 42ଲକ୍ଷ ଟଙ୍କାର ସ୍ୱସ୍ତିକ ହୋଟେଲରୁ ଅଗ୍ରସେନ ଭବନ ଦେଇ ପୁରାତନ ରେଷ୍ଟ ହାଉସ ପର୍ଯ୍ୟନ୍ତ ସଡ଼କ ନିର୍ମାଣର ଶୁଭାରମ୍ଭ କରିବେ.

ତତ ସହିତ ରେଲୱେ କଲୋନୀ ଠାରୁ ୱାର୍ଡ ନୁମ୍ବର 13 କାସିମ ମିୟା ବାପୁଙ୍କ ମୂର୍ତ୍ତି ନିକଟରୁ ବର୍ଷା ଦିନରେ ପାଣି ଜମି ରହୁଥିବାରୁ ସେଠାରେ ଡ୍ରେନ ନିର୍ମାଣ କାର୍ଯ୍ୟ ମଧ୍ୟ୍ୟ ଆରମ୍ଭ କରିବେ. ସେଥିପାଇଁ ମୁସଲିମ ଜମାତର ଅଧ୍ୟକ୍ଷ ଅମାନ ଉଲ୍ଲା ଖାନ ଏବଂ ଅଗ୍ରୱାଲ ସମାଜର ଅଧ୍ୟକ୍ଷ ଶ୍ରୀ ମହାବୀର ଲଖମନିଆଙ୍କ ଧନ୍ୟବାଦ ଦେଇଛନ୍ତି. ତେଣୁକରି ସମସ୍ତ ନଗରବାସୀ ସାଂସଦ ଓ ସାଂସଦ ପ୍ରତିନିଧି ଓ ନଗର ପାଳିକା ଅଧ୍ୟକ୍ଷାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଦେଇଛନ୍ତି.

Related posts

ଲାଞ୍ଚ ନେବା ପଡିଲା ମହଙ୍ଗା

Odisha Halchal

ଡିଲ୍ ବେଳେ ମାଡି ବସିଲା ପୋଲିସ, କଳରାପତରିଆ ବାଘ ଛାଲ ସହ ୩ ଗିରଫ

Odisha Halchal

ତାର ମରାମତି ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ନାବାଳକଙ୍କ ମୃତ୍ୟୁ

Odisha Halchal

Leave a Comment