ଅପରାଧଓଡ଼ିଶା ଖବରନ୍ୟୁଜ୍

ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ନେବାକୁ ଅନୁମତି ଦେଲେ କୋର୍ଟ

ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ନେବାକୁ ଅନୁମତି ଦେଲେ କୋର୍ଟ

ମାନସ ସ୍ୱାଇଁ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚକୁ ପୁଣି ରିମାଣ୍ଡ ଅନୁମତି ମିଳିଛି । ପୂର୍ବରୁ ନିରଞ୍ଜନ, ରଞ୍ଜନ, ଝୁନା ଓ ଶର୍ମିଷ୍ଠାଙ୍କୁ ୧୦ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ମାଗିଥିଲେ । କିନ୍ତୁ ୫ ଦିନ ରିମାଣ୍ଡ ଅନୁମତି ମିଳିଥିଲା ।

ଘଟଣାର ଅଧିକ ଖୁଲାସା ପାଇଁ ଅଭିଯୁକ୍ତଙ୍କୁ ପୁଣି ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ। ହେଲେ କୋର୍ଟ ୩ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ।

ଦୁଇ ଜଣଙ୍କୁ ୩ ଦିନ ରିମାଣ୍ଡରେ ନେଇଥିବା ବେଳେ ଅନ୍ୟ ଦୁଇଜଣଙ୍କର ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି କ୍ରାଇମବ୍ରାଞ୍ଚ ପୁଣି ତଦନ୍ତର ଆବଶ୍ୟକତା ନେଇ ଯୁକ୍ତି ରଖି ପୁଣି ୪ ଜଣଙ୍କୁ ୫ ଦିନର ରିମାଣ୍ଡ ଅନୁମତି ମାଗିଥିଲେ ।

ମାତ୍ର ପ୍ରତିପକ୍ଷ ଓକିଲଙ୍କ ଯୁକ୍ତି ପରେ ମାନ୍ୟବର ବିଚାରପତି ଶର୍ମିଷ୍ଠା ଓ ଝୁନାଙ୍କୁ ପୁଣି ୩ଦିନ ପାଇଁ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ । ତେବେ ପୂର୍ବରୁ ୫ ଦିନିଆ ରିମାଣ୍ଡ ସମୟରେ ଠୋସ୍ ପ୍ରମାଣ ଏକାଠି କରିବା ସହ ଅଭିଯୁକ୍ତଙ୍କୁ କ୍ରାଇମ ସ୍ପଟକୁ ନେଇ ସିନ୍ ରିକ୍ରିଏସନ କରିଥିଲା କ୍ରାଇମବ୍ରାଞ୍ଚ।

ଚାନ୍ଦବାଲି ପଳାଶପୁର ଅପହରଣ ସ୍ଥାନ, ହତ୍ୟାକାଣ୍ଡ ସ୍ଥାନ ଦୟାଲ ଆଶ୍ରମ, ମୃତଦେହ ପୋତିବା ସ୍ଥାନ ରଣପୁରର ବଧିପାଟଣାରେ କ୍ରାଇମ ସିନ ରିକ୍ରିଏସନ କରାଯାଇଛି।

ମାନସଙ୍କୁ କିଭଳି ହତ୍ୟା କରାଯାଇଥିଲା ? ତା’ର ତଥ୍ୟ ପ୍ରମାଣ ପାଇଥିଲା ତଦନ୍ତକାରୀ ଟିମ୍। କ୍ୟାମେରା ମ୍ୟାନ୍ ମାନସ ସ୍ବାଇଁଙ୍କୁ ଅପହରଣ ଠାରୁ ହତ୍ୟା ଏବଂ ମୃତଦେହ ପୋତିବା, ଏ ସମସ୍ତ ଯୋଜନାରେ ଶର୍ମିଷ୍ଠାଙ୍କ ସହ ସାମିଲ ଥିଲେ ନିରଞ୍ଜନ ସେଠୀ। ତାଙ୍କର ଡାଇରେକ୍ସନରେ ହିଁ ଚାଲିଥିଲା ପୂରା କ୍ରାଇମ ପ୍ଲଟ୍।

Related posts

Paytm ଉପରେ ଆରବିଆଇର ଆକ୍ସନ

Odisha Halchal

OYO ଆସୁଥିବା କପଲ୍ସଙ୍କ ଭିଡିଓ ଶୁଟିଂ ଭାଇରାଲ ଧମକ ଦେଇ ଟଙ୍କା ମାଗୁଥିଲେ

Odisha Halchal

୬୮ ବୋତଲ ବିଦେଶୀ ମଦ ଜବତ, ଜଣେ ଗିରଫ

Odisha Halchal

Leave a Comment