ଓଡ଼ିଶା ଖବରନ୍ୟୁଜ୍

ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାର ଘରଣୀ ଙ୍କ ବାସନ୍ତୀକ ନବରାତ୍ର ପୂଜା

ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାର ଘରଣୀ ଙ୍କ ବାସନ୍ତୀକ ନବରାତ୍ର ପୂଜା

ନବରଙ୍ଗପୁର :-ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାର ଘରଣୀ ଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ।
ଚୈତ୍ର ମାସରେ ନବରଙ୍ଗପୁର ଜିଲ୍ଲା ର ବିଭିନ୍ନ ଶକ୍ତି ପୀଠ ମାନଙ୍କରେ ବାସନ୍ତିକ ନବରାତ୍ର ଆଜିଠାରୁ ଆରମ୍ଭ ହୋଇଛି, ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାର ଘରଣୀ ଙ୍କ ଶକ୍ତି ପିଠ ରେ ମଧ୍ୟ ନବରାତ୍ର ପାଳନ କରାଯିବ, ଏଥିପାଇଁ ଦେବତ୍ତର ବିଭାଗ, ମନ୍ଦିର ପରିଚାଳନା କମିଟି ଓ ସେବାୟତ ଙ୍କ ତରଫରୁ ବ୍ୟବସ୍ଥା କରାଯାଇଛି। ଆଜିଠାରୁ ଆସନ୍ତା ନ ଦିନ ଅଖଣ୍ଡ ପ୍ରଦୀପ ପ୍ରଜ୍ଜଳନ ସହ ସାଧନା କରାଯିବ। ଦୁଇ ବର୍ଷ କୋଭିଡ କଟକଣା ଯୋଗୁଁ ମନ୍ଦିର ରେ କେବଳ ନିତିକାନ୍ତୀ ରେ ପୂଜା ସମାପନ କରା ଯାଇଥିଲା କିନ୍ତୁ ଚଳିତ ବର୍ଷ ଏହି କଟକଣା ରେ କୋହଳ କରାଯାଇଥିବା ଯୋଗୁଁ ଶ୍ରଦ୍ଧାଳୁ ମାଆ ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା ରେ ଭାଗ ନେଇ ପାରୁଛନ୍ତି।

ନବରଙ୍ଗପୁର ସହର ର କେନ୍ଦ୍ର ସ୍ଥଳ ରେ ମାଆ ଭଣ୍ଡାର ଘରଣୀ ଙ୍କ ଶକ୍ତି ପୀଠ ଓ ବିରାଟ ମନ୍ଦିର ରହିଛି, ଅନ୍ୟାନ ପର୍ବ ପର୍ବାଣୀ ସହ ଶାରଦୀୟ ନବରାତ୍ରୀ ଓ ବାସନ୍ତିକ ନବରାତ୍ରୀ ମହା ଆଡ଼ମ୍ବରରେ ରେ ପାଳନ କରାଯାଏ, ଏଜି ସମୟରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାଆ ଙ୍କୁ ଦର୍ଶନ କରିବା ସହ ବିଭିନ୍ନ ମାନସିକ ମଧ୍ୟ କରିଥାନ୍ତି। କିମ୍ବଦନ୍ତୀ ରହିଛି ମାଆ ସ୍ଥାନୀୟ ରାଜା ଙ୍କ ଭଣ୍ଡାର ର ରକ୍ଷା କରୁଥିଲେ ସେହି ଠାରେ ପୂଜା ପାଉଥିଲେ ତେଣୁ କାଳକ୍ରମେ ମାଆ ଙ୍କ ନାମ ଭଣ୍ଡାର ଘରଣୀ ରହିଗଲା। ଏହି ଶକ୍ତି ପୀଠ ର ବିଶେଷତା ହେଉଛି ମାଆ ଙ୍କୁ ସିଧା ସଳଖ କେହି ଦର୍ଶନ କରି ପାରିବେ ନାହିଁ ଦର୍ପଣ କିମ୍ବା ଗୋଟିଏ ପାଖରୁ ଦର୍ଶନ କରିବେ। ଚଳିତ ବର୍ଷ କୋଭିଡ କଟକଣା କୋହଳ ଥିବା ଯୋଗୁଁ ପୂଜାର୍ଚ୍ଚନା ଆଡମ୍ବର ରେ କରିବା ସହ ଅଖଣ୍ଡ ପ୍ରଦୀପ ପ୍ରଜ୍ଜଳନ ବ୍ୟବସ୍ଥା କରାଯାଇଛି ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦେଇଛନ୍ତି।

ଦୁଇ ବର୍ଷ ର କୋଭିଡ କଟକଣା ପରେ ଚଳିତ ବର୍ଷ ମାଆ ଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁ ସୁଯୋଗ ପାଇଛନ୍ତି ଏଣୁ ଶ୍ରଦ୍ଧାଳୁ ମନ ଖୁସିରେ ଫାଟି ପଡୁଛି, ଝୁଣା ଧୂପ ବାସ୍ନା ସହ ପାରମ୍ପରିକ ବାଦ୍ୟ ରେ ମନ୍ଦିର ପରିସର ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଛି, ଶ୍ରଦ୍ଧାଳୁ ଚୈତ ମାସରେ ମାଆ ଙ୍କ ନିକଟରେ ମାନସିକ କରିବାକୁ ବହୁ ସଂଖ୍ୟାରେ ଆସିବା ଦେଖାଯାଇଥାଏ।ଜିଲ୍ଲା ବାହାରୁ ଓ ପଡ଼ୋଶୀ ଛତିଶଗଡ଼ ରୁ ଶ୍ରଦ୍ଧାଳୁ ମାଆ ଙ୍କ ଦର୍ଶନ ସକାଶେ ଆସନ୍ତି।

Related posts

ସେବା ଅନୁଷ୍ଠାନ ତରଫ ରୁ କମ୍ବଳ ବଣ୍ଟନ

Odisha Halchal

ଖଜୁରୀ ରସ କୁ ନେଇ ମହାଭାରତ

Odisha Halchal

ହାତୀ ଆକ୍ରମଣରେ ୪ଜଣଙ୍କ ମୃତ୍ୟୁ

Odisha Halchal

Leave a Comment