ଦେଶ ବିଦେଶନ୍ୟୁଜ୍

୧୫ ବର୍ଷ ହେଲା ୩ ପ୍ରେମିକାଙ୍କ ସହିତ ଲିଭ୍ ଇନ୍ ରିଲେଶନରେ ଥିଲେ ଯୁବକ, କଲେ ବିବାହ

୧୫ ବର୍ଷ ହେଲା ୩ ପ୍ରେମିକାଙ୍କ ସହିତ ଲିଭ୍ ଇନ୍ ରିଲେଶନରେ ଥିଲେ ଯୁବକ, କଲେ ବିବାହ

ମଧ୍ୟପ୍ରଦେଶର ଆଦିବାସୀ ଅଧ୍ୟୁଷିତ ଅଲୀରାଜପୁର ଜିଲ୍ଲରେ ବର ଆଦିବାସୀ ରୀତିନୀତିରେ ନିଜର ୩ ଜଣ ପ୍ରେମିକାଙ୍କୁ ବିବାହ କରିଛନ୍ତି । ସଂପୃକ୍ତ ବ୍ୟକ୍ତି ଜଣକ ୬ ଜଣ ସନ୍ତାନଙ୍କ ସାମ୍ନାରେ ୩ ଜଣ ପ୍ରେମିକାଙ୍କୁ ବିବାହ କରିଛନ୍ତି । ଯୁବକଙ୍କ ନାମ ହେଲା ସମରଥ ମୌର୍ଯ୍ୟା । ସେ ହେଉଛନ୍ତି ନାନପୁର ଅଞ୍ଚଳର ପୂର୍ବତନ ସରପଞ୍ଚ ।

ବର ସମରଥ ମୌର୍ଯ୍ୟା ଓ ତାଙ୍କ ପିଲାମାନେ ଏହି ବିବାହକୁ ନେଇ ବହୁତ ଖୁସି ଅନୁଭବ କରୁଛନ୍ତି । ସେ ବିବାହ ସମାରୋହରେ ନୃତ୍ୟ କରିଛନ୍ତି । ସ୍ଥାନୀୟ ଲୋକେ ମଧ୍ୟ ବିବାହରେ ସାମିଲ ଥିଲେ । ବିବାହର ନିମନ୍ତ୍ରଣ କାର୍ଡରେ ବରଙ୍କ ନାମ ସହିତ ୩ ପ୍ରେମିକାଙ୍କ ନାମ ମଧ୍ୟ ଉଲ୍ଲେଖ ଥିଲା । ସମରଥ କହିବା ଅନୁସାରେ ବିଗତ ୧୫ ବର୍ଷ ହେଲା ସେ ଗରିବ ଥିଲେ । ତେଣୁ ବିବାହ କରିପାରୁ ନଥିଲେ ।

ତେବେ ବିଗତ ୧୫ ବର୍ଷ ମଧ୍ୟରେ ସମରଥ ମୌର୍ଯ୍ୟାଙ୍କ ୩ ଯୁବତୀଙ୍କ ସହିତ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ସେ ଭିନ୍ନ ଭିନ୍ନ ସମୟରେ ୩ ଜଣଙ୍କୁ ନେଇ ଫେରାର ହୋଇଯାଇଥିଲେ ଏବଂ ଘରକୁ ଆଣି ଲିଭ୍ ଇନ୍ ରିଲେଶନରେ ରହୁଥିଲେ ।

ସୂଚନାଯୋଗ୍ୟ, ଆଦିବାସୀ ଭିଲାଲ ସଂପ୍ରଦାୟରେ ଲିଭ୍ ଇନ୍‌ରେ ରହିବା ଓ ସନ୍ତାନ କରିବାରେ ଆପତ୍ତି ନଥାଏ । କିନ୍ତୁ ଯେତେବେଳ ପର୍ଯ୍ୟନ୍ତ ସେମାନଙ୍କର ବିବାହ ନ ହୋଇଛି, ଶୁଭ କାର୍ଯ୍ୟକୁ ବାରଣ ହୋଇଥାଏ । ଏଥି ପାଇଁ ୧୫ ବର୍ଷ ଓ ସନ୍ତାନ ପରେ ବି ସମରଥ ମୌର୍ଯ୍ୟା ନିଜର ୩ ପ୍ରେମିକାଙ୍କୁ ବିବାହ କରିଛନ୍ତି ।

Related posts

ବଲାଙ୍ଗୀର ଖୋର୍ଦ୍ଧା ରେଳପଥ ନିର୍ମାଣ ପାଇଁ ଆନ୍ଦୋଳନ

Odisha Halchal

ପାଞ୍ଚ ଶହ ଦିନରୁ ଅଧିକ ହୋଇଗଲାଣି ଧାରଣା,ନଜର ନାହିଁ ପ୍ରଶାସନର

Odisha Halchal

ଜିଲ୍ଲା ବାସୀ ଙ୍କ ସପ୍ନ କେବେ ପୂରଣ ହେଵ ସନ୍ଦେହ

Odisha Halchal

Leave a Comment