ଅପରାଧଓଡ଼ିଶା ଖବରନ୍ୟୁଜ୍

ସାବତମାର ନିର୍ଯ୍ୟାତନା ସହି ନପାରି ଆତ୍ମହତ୍ୟା

ସାବତମାର ନିର୍ଯ୍ୟାତନା ସହି ନପାରି ଆତ୍ମହତ୍ୟା

ସାବତମାର ନିର୍ଯ୍ୟାତନା ସହି ନପାରି ବେକରେ ରସି ଲଗାଇ ସାବଡପୁଅର ଆତ୍ମହତ୍ୟା ଅଭିଯୋଗ। ସାବତ ପୁଅ ଜଣକ ହେଲେ କଟକଜିଲ୍ଲା ମାହାଙ୍ଗା ଥାନା ପୋଡାମାରାଇ ପଂଚାୟତ ଗୋରତାଙ୍ଗ ଗାଁର ରବୀନ୍ଦ୍ର ନାୟକଙ୍କ ପୁତ୍ର ରଞ୍ଜନ ନାୟକ। ବୟସ 19। ସୂଚନାମୁତାବକ ରବୀନ୍ଦ୍ର ନାୟକଙ୍କ ପତ୍ନୀ ଦେଢ଼ବର୍ଷ ହେବ ମରିଯିବା ପରେ ରବୀନ୍ଦ୍ର ଦ୍ୱିତୀୟ ବିବାହ କରି ଅନ୍ୟଏକ ମହିଳାଙ୍କୁ ଘରକୁ ଆଣିଥିଲେ।

ରବୀନ୍ଦ୍ରଙ୍କ ଆଗ ପତ୍ନୀଙ୍କ ପୁତ୍ର ରଂଜନ ବାହାରେ ରହି କାମ କରୁଥିବାବେଳେ ଏହି ଖବର ପାଇ ଗାଁକୁ ଫେରିଥିଲେ। ଗାଁକୁ ଫେରି ରଂଜନ ଘରକୁ ଯାଇଥିଲାବେଳେ ରବୀନ୍ଦ୍ର ଓ ତାଙ୍କ ଦ୍ୱିତୀୟ ପତ୍ନୀ ଗାଳିଗୁଲଜ କରିବା ସହ ଆଜକୁ ଏକ ସପ୍ତାହଧରି ରଞ୍ଜନକୁ ଘରକୁ ପ୍ରବେଶ କରାଇ ଦେଉନଥିଲା ବେଳେ ରଂଜନଙ୍କ ବାପା ଓ ସାବତ ମାର ଶାରୀରିକ ଓ ମାନସିକ ନିଜ୍ୟାତନ ସହିନପାରି ବେକରେ ରସି ଲଗାଇ ଆତ୍ମହତ୍ୟା ନିଜ ଘରେ କରିଥିବା ବେଳେ ସ୍ତାନୀୟ ଲୋକେ ଖବରପାଇ ମାହାଙ୍ଗା ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରଂଜନ ଭଉଣୀ ଭାଇର ମୃତ୍ୟୁ ଖବର ପାଇ ମେଡ଼ିକାଲରେ ପହଂଚି ଭାଇକୁ ସାବତ ମା ମାରିଦେଇଥିବା ନେଇ ଅଭିଯୋଗ ଆଣିଛନ୍ତି। ଏପଟେ ମୃତ ରଂଜନଙ୍କ ବାପା ସ୍ୱୀକାରକରିଛନ୍ତି ଯେ ନିଜର ଦ୍ୱିତୀୟ ପତ୍ନୀଙ୍କ ସହ ନିଜେ ଶାରୀରିକ ମାନିସିକ ନିର୍ଯ୍ୟାତନା ଦେଉଥିବାରୁ ତାଙ୍କ ପୁଅର ମୃତ୍ୟୁ ପାଇଁ ସେ ନିଜେ ଦାୟୀବୋଲି ଗଣମାଧ୍ୟମ ଆଗରେ କହିଛନ୍ତି।

https://youtu.be/qHznv-7YwP0

Related posts

ଝୁଲନ୍ତା ଅବସ୍ଥାରେ ମୃତ ଦେହ

Odisha Halchal

ପୁଣି ଜରିମାନା ଗଣିବ ଗୁଗଲ୍‌, ସପ୍ତାହରେ ଦୁଇ ଥର ଗଣିଲାଣି ଦୁଇ ହଜାର କୋଟି

Odisha Halchal

ସ୍ତ୍ରୀକୁ ଜିଅନ୍ତା ସମାଧି ଦେଇଦେଲା ସ୍ୱାମୀ

Odisha Halchal

Leave a Comment