ଅପରାଧଓଡ଼ିଶା ଖବରନ୍ୟୁଜ୍

ସମିତି ସଭ୍ୟା ଙ୍କ ସ୍ୱାମୀ ହତ୍ୟା ଘଟଣାର ମୁଖ୍ୟ ସୁଟର ଗିରଫ

ସମିତି ସଭ୍ୟା ଙ୍କ ସ୍ୱାମୀ ହତ୍ୟା ଘଟଣାର ମୁଖ୍ୟ ସୁଟର ଗିରଫ

ବଲାଙ୍ଗୀର:- (ରିପୋର୍ଟ -ଅଭିନାଶ  ବିଶ୍ୱାଳ)ବହୁ ଚର୍ଚ୍ଚିତ ବେଲପଡା ବ୍ଲକ ବାଗଦୋର ସମିତି ସଭ୍ୟା ଙ୍କ ସ୍ଵାମୀ ଲୋକନାଥ ସାହୁ ଙ୍କୁ ଗୁଳିକରୀ ହତ୍ୟା ଘଟଣାର ଫେରାର ମୁଖ୍ୟ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି ବେଲପଡା ପୁଲିସ |ପୂର୍ବରୁ 6ଜଣ ଅଭିଯୁକ୍ତ କୁ ପୁଲିସ ଗିରଫ କରି ପୁଲିସ କୋର୍ଟ କରିଥିବା ବେଲେ ଘଟଣା ଦିନରୁ ଫେରାରଥିବା ନରେଶ ସାହୁ ଗତକାଲି ଗିରଫ କରିଛି ପୁଲିସ |

ନରେଶ ଛତିଶଗଡର ରାଇପୁର ଅଞ୍ଚଳ ର ଏକ ସ୍ଥାନରେ ଲୁଚିକି ଥିବାବେଳେ ଗତକାଲି ତାକୁ ଗିରଫ କରାଯାଇଛି |ଏହି ଘଟଣାରେ ପୁଲିସ 2ଟି ଦେଶୀ ବନ୍ଧୁକ,ଏବଂ 4ଟି ଜୀବନ୍ତ ଗୁଳି ଜବତ ସହ ଅନ୍ୟ ବ୍ୟବହୃତ ସାମଗ୍ରୀ ମାନେ ଜବତ କରିଛି|ଗତ 28/3/22
ଦିନ ଲୋକନାଥ ନିଜ ଘର ଆଗରେ ବସିଥିବା ବେଲେ 3ଜଣ ଆସି ଗୁଳି ମାଡ଼ କରିଥିଲେ |

ଏହି ଘଟଣା ରେ ପୁଲିସ ମୁଖ୍ୟ ଅଭିଯୁକ୍ତ ବସୁ ପଧାନ ସହ 5ଜଣ ସୁପାରୀ କିଲର କୁ ଗିରଫ କୋର୍ଟ ଚାଲଣ କରିଥିବା ବେଲେ ଗୁଳି ଚାଲାନା କରିଥିବା ମୁଖ୍ୟ ସୁପାରୀ କିଲର ନରେଶ ସାହୁ ଫେରାର ଥିଲେ |ତେବେ ଗାଁରେ ପତିଆରା ଜାହିର କରିବାକୁ ବାସୁ ଏବଂ ଲୋକନାଥ ଦୁହିଁ ଙ୍କ ମଧ୍ୟ୍ୟ ରେ ତିକ୍ତତା ଲାଗିରହିଥିବା ଯୋଗୁଁ ବସୁ ପଧାନ ସୁପାରୀ କିଲର ଲଗାଇ ଲୋକନାଥ କୁ ହତ୍ୟା କରିଥିବା ସାମ୍ବାଦିକ ସମିଳନୀ ରେ ସୂଚନା ଦେଇଛନ୍ତି ପୁଲିସ ଅଧିକାରୀ ଜ୍ୟୋତିମୟ ଭୁକ୍ତା |

Related posts

ଜିଲ୍ଲା ର ବିଭିନ୍ନ ସ୍ଥାନରେ 74ତମ ସାଧାରଣତନ୍ତ୍ର ଦିବସ ପାଳନ

Odisha Halchal

ଅନଲାଇନ ଗେମ୍ ହେଲା କାଳ

Odisha Halchal

ଆପଣ ଓଟିଇଟି ପରୀକ୍ଷା ଦେଇଥିଲେ କି

Odisha Halchal

Leave a Comment