ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଖୁସି ଖବର । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ  କଲେକସନ୍ ଫାସିଲିଟେଟର୍ସ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦବୀରେ ନିଯୁକ୍ତି ପାଇଁ ୨୨ ଡିସେମ୍ବର ୨୦୨୨ ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଯୋଗ୍ୟ ପ୍ରାର୍ଥୀମାନେ ୧୦ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ଅହମ୍ମଦାବାଦ, ଚଣ୍ଡିଗଡ଼, ହାଇଦ୍ରାବାଦ, ଜୟପୁର, ପାଟନା, ମହାରାଷ୍ଟ୍ର, ଚେନ୍ନାଇ, ନୂଆଦିଲ୍ଲୀ ସମେତ ଅନେକ ରାଜ୍ୟର ସର୍କଲରେ ମୋଟ ୧୪୩୮ ଟି ପଦବୀ ପୂରଣ ପାଇଁ ଏହି ନିଯୁକ୍ତି ଡ୍ରାଇଭ୍ ହେବ ।ଏହି ପଦବୀ ପାଇଁ ଏସବିଆଇର ଅବସରପ୍ରାପ୍ତ ଅଧିକାରୀ ଏବଂ ଏସବିଆଇର ଆସୋସିଏଟ୍ସ ମାନେ ଆବେଦନ କରିପାରିବେ

ଏହି ପଦବୀ ପାଇଁ କେଉଁମାନେ ଆବେଦନ କରିପାରିବେ:
ଅବସରପ୍ରାପ୍ତ ଅଧିକାରୀ କିମ୍ବା କର୍ମଚାରୀ ପଦବୀ ପାଇଁ ଆବେଦନ କରିବାକୁ ଯୋଗ୍ୟ ପ୍ରାର୍ଥୀଙ୍କ ବୟସ ୨୨ ଡିସେମ୍ବର ୨୦୨୨ ରେ ୬୩ ବର୍ଷରୁ ଅଧିକ ହେବା ଉଚିତ ନୁହେଁ । ଚାକିରି ସମୟରେ ସେମାନଙ୍କର ଏକ ଭଲ ଟ୍ରାକ୍ ରେକର୍ଡ ରହିବା ଜରୁରୀ । ଅବସରପ୍ରାପ୍ତ କର୍ମଚାରୀଙ୍କ ସମ୍ପୃକ୍ତ କ୍ଷେତ୍ରରେ ପର୍ଯ୍ୟାପ୍ତ କାର୍ଯ୍ୟ ଅଭିଜ୍ଞତା ଏବଂ ସାମଗ୍ରିକ ବୃତ୍ତିଗତ ଦକ୍ଷତା ରହିବା ଉଚିତ୍ । ଅଧିକ ବିବରଣୀ ପାଇଁ, ଆପଣ ଏସ୍‌ବିଆଇର ଅଫିସିଆଲ ବେବ୍‌ସାଇଟ୍‌କୁ ଯାଇ ଯାଞ୍ଚ କରିପାରିବେ ।

Related posts

ଅଭିନବ ଉପାୟରେ ଗୋମାଂସ ଚାଲାଣ

Odisha Halchal

ପୂର୍ବ ଶତ୍ରୁତାରୁ ଛୁରାମାଡ଼, ଗୋଟିଏ ପରିବାରର ୩ ଗୁରୁତର

Odisha Halchal

ନିଜ ସ୍ବାମୀଙ୍କ ଉପରେ ଅଭିଯୋଗ ନେଇ ଏସପି ଙ୍କ ଦ୍ବାରସ୍ଥ

Odisha Halchal

Leave a Comment