ଓଡ଼ିଶା ଖବରନ୍ୟୁଜ୍

ଶିଶୁ ମନ୍ଦିର ରେ ବାର୍ଷିକଉତ୍ସବ

ଶିଶୁ ମନ୍ଦିର ରେ ବାର୍ଷିକଉତ୍ସବ

ଗଞ୍ଜାମ:-(ରିପୋର୍ଟ :-ପୂର୍ଣ୍ଣ ଚନ୍ଦ୍ର ପୋଲାଇ )ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରଚୁଲି ଶିଶୁମନ୍ଦିର ର 26 ତମ ବାର୍ଷିକଉତ୍ସବ ପାଳିତ ହୋଇଯାଇଛି. ଶିଶୁମନ୍ଦିର ର ସଭାପତି ଶ୍ରୀଯୁକ୍ତ ହିମାଂଶୁ ଶେଖର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ରୂପେ ପଂଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀ ମାନସ ରଞ୍ଜନ ପ୍ରଧାନ, ବୁଗୁଡ଼ା ନଗରପାଳ ଶ୍ରୀଯୁକ୍ତ ଚିତ୍ରସେନ ପ୍ରଧାନ, ସରପଞ୍ଚ ଶ୍ରୀମତୀ ପାର୍ବତୀ ନାଇକ, ସମିତିସଭ୍ୟ ଶ୍ରୀହର୍ଷ ପ୍ରଧାନ, ଏବଂ ସମାଜସେବୀ ରବୀନ୍ଦ୍ର ନାଇକ ଯୋଗ ଦେଇଥିଲେ.

ଅଧ୍ୟୟନରେ ବର୍ତ୍ତୀ ହୋଇ ଚରିତ୍ରବାନ ହେବାପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେବାସହିତ ଉଜ୍ଜଳ ଭବିଷ୍ୟତ କାମନାକରିଥିଲେ. ବିଦ୍ୟାଅର୍ଜନ ସହିତ ଶାରୀରିକ ବ୍ୟlୟାମ, ଖେଳ କୁଦ, ଓ ନାଚ ଗୀତରେ ରୁଚି ରଖିବାପାଇଁ ମଧ୍ୟ ପରାମର୍ଶ ଦେଇଥିଲେ. ଶିଶୁମନ୍ଦିର ର ପ୍ରଧାନ ଗୁରୁଜୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ପ୍ରଧାନ ବାର୍ଷିକ ବିବରଣୀ ପଠନ କରିଥିବାବେଳେ ସମ୍ପାଦକ ଶ୍ରୀଯୁକ୍ତ ପୁର୍ଣ୍ଣ ଚନ୍ଦ୍ର ବେହେରା ବ୍ୟବସ୍ଥା ସଂଯୋଜନା କରିଥିଲେ. ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ଶିଶୁମନ୍ଦିରର ଗୁରୁଜୀ ଗୁରୁମା ସହଯୋଗ କରିଥିଲେ. ଶେଷରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା.

Related posts

ଦୋଳଯାତ୍ରା ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ 

Odisha Halchal

ଶ୍ରୀମନ୍ଦିରରେ ପୁଣି ପଡିଲା ରକ୍ତଛିଟା, ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ

Odisha Halchal

ପୌର ନିର୍ବାଚନ ସମୟରେ ନିରପେକ୍ଷ ରହିବାକୁ ସମସ୍ତ ସରକାରୀ ଅଧିକାରୀଙ୍କୁ କହିଲେ ରାଜ୍ୟ ସରକାର

Odisha Halchal

Leave a Comment