ଅପରାଧଓଡ଼ିଶା ଖବରନ୍ୟୁଜ୍

ରୋଗୀକୁ ଡାକ୍ତର ଗୋଡ଼ାଇ ଗୋଡ଼ାଇ ପିଟିବା ଭିଡିଓ ଭାଇରାଲ୍

ରୋଗୀକୁ ଡାକ୍ତର ଗୋଡ଼ାଇ ଗୋଡ଼ାଇ ପିଟିବା ଭିଡିଓ ଭାଇରାଲ୍

ରୋଗୀକୁ ଡାକ୍ତର ଗୋଡ଼ାଇ ଗୋଡ଼ାଇ ପିଟିବା ଭିଡିଓ ଭାଇରାଲ୍, ଡାକ୍ତରଙ୍କୁ ସସପେଣ୍ଡ କରିବା ଦାବିରେ ରାଜରାସ୍ତା ଅବରୋଧ
ଡାକ୍ତରଖାନାକୁ ଲୋକେ ଆସନ୍ତି ଡାକ୍ତରଙ୍କଠୁ ଚିକିତ୍ସା ପାଇ ଆରୋଗ୍ୟ ହେବା ପାଇଁ । ତେବେ କଳାହାଣ୍ଡି ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତର ଜଣେ ରୋଗୀଙ୍କୁ ଗୋଡାଇ ଗୋଡାଇ ପିଟୁଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି ।

ଡାକ୍ତର କାହିଁକି ଏହି ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି ତାର କାରଣ ଜଣା ପଡିନାହିଁ । ରୋଗୀକୁ ଡାକ୍ତର ଗୋଡ଼ାଇ ଗୋଡ଼ାଇ ପିଟିବା ଭିଡିଓ ଭାଇରାଲ୍ ହୋଇଛି।ତେବେ ଏହି ଘଟଣାରେ ଥାନାରେ ଏତଲା ଦାୟର ହୋଇଛି ।

ରୋଗୀଙ୍କୁ ମାଡ଼ ମାରିବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଏହା ପରେ ଡାକ୍ତରଖାନା ସମ୍ମୁଖରେ ଧାରଣା ଦେଲେ ସ୍ଥାନୀୟ ବାସିନ୍ଦା । ଏହା ସହିତ ଡାକ୍ତରଙ୍କୁ ସସପେଣ୍ଡ କରିବା ଦାବିରେ ରାଜରାସ୍ତା ଅବରୋଧ କରିଛନ୍ତି ।

Related posts

ରାସ୍ତାକଡ଼ରେ ପଡ଼ିଥିବା ବସ୍ତାରୁ ବାହାରିଲା ଯୁବକଙ୍କ ମୃତଦେହ

Odisha Halchal

ବନ୍ଧୁଙ୍କ ସହିତ ଲୁଚା ଚୁପି ପ୍ରେମ କରିବା ପଡ଼ିଲା ମହଙ୍ଗା

Odisha Halchal

ତାଲା ଭାଙ୍ଗି ଲକ୍ଷ୍ୟlଧିକ ଟଙ୍କା ଚୋରି

Odisha Halchal

Leave a Comment