ଅପରାଧଓଡ଼ିଶା ଖବରନ୍ୟୁଜ୍

ଯୌତୁକ ଦାବୀକରି ବଧୂହତ୍ୟା ଅଭିଯୋଗ

ଯୌତୁକ ଦାବୀକରି ବଧୂହତ୍ୟା ଅଭିଯୋଗ

କଟକ :-(ରିପୋର୍ଟ -ତୁଷାର ଜ୍ୟୋତି ନାୟକ )ଅଧିକ ଯୌତୁକଦାବୀକରି ବଧୂହତ୍ୟା। ବାପଘର ପକ୍ଷରୁ ଥାନାରେ ଅଭିଯୋଗ। ଏଭଳି ଘଟଣା ଘଟିଛି କଟକଜିଲ୍ଲା ମାହାଙ୍ଗା ଥାନା ପ୍ରହରାଜପୁର ଗ୍ରାମରେ। ମୃତା ନବବଧୂ ଜଣକ ହେଲେ ବସିତା ପରିଡା। ବସିତା ପରିଡା ପ୍ରହରାଜପୁର ଗ୍ରାମର ମନୋରଂଜନ ମଲ୍ଲିକଙ୍କୁ 1ବର୍ଷ ତଳେ ଦାବିମୁତାବକ ଯୌତୁକ ଦେବା ସହ ବୈଦିକରୀତିରେ ବିବାହକରିଥିଲେ।

ବସିତାଙ୍କ ବାପଘର କେନ୍ଦ୍ରାପଡାଜିଲ୍ଲା ଗହବା ଗ୍ରାମରେ। ହେଲେ ଅଧିକ ଯୌତୁକ ଦାବିକରି ଶାଶୂଘରଲୋକେ ବାସୀତାକୁ ମାନସିକ ଶାରୀରିକ ନିର୍ଯ୍ୟାତନା ଦେଇଆସୁଥିଲେ। ଅସହ୍ୟ ନିର୍ଯ୍ୟାତନା ସହି ନପାରି ବସିତା ରସି ଲଗାଇ ଆତ୍ମହତ୍ୟାକରିଥିବା ବେଳେ ବାପଘରଲୋକେ ବସିତାକୁ ମରିଦେଇଥିବାନେଇ ଥାନାରେ ଅଭିଯୋଗ କରିଛନ୍ତି।

ମୃତା ବସିତାକୁ ଶାଶୂଘରଲୋକେ ନିଶ୍ଚିନ୍ତକୋଇଲି ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ନିଶ୍ଚିନ୍ତକୋଇଲି ମେଡିକାଲରେ ମାହାଙ୍ଗା ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଏକ ମାମଲାରଜୁ କରି ଶବବ୍ୟବଚ୍ଛେଦ ପାଇଁ କଟକପଠାଇ ତଦନ୍ତଆରମ୍ଭକରିଛି। ଏହି ଘଟଣାରେ ପୋଲିସ ଜଣକୁ ଅଟକରଖି ପଚରାଉଚରା ଜାରି ରଖିଛି।

Related posts

ରାଷ୍ଟ୍ରପତି ନିର୍ବାଚନରେ ସତ୍ୟେନ୍ଦ୍ର ଜୈନ ଓ ସନୀ ଦେଓଲ ସମେତ ୧୩ ସଦସ୍ୟ ଭୋଟ ଦେଲେନି

Odisha Halchal

ତାଲା ଭାଙ୍ଗି ଲକ୍ଷ୍ୟlଧିକ ଟଙ୍କା ଚୋରି

Odisha Halchal

ୟୁକ୍ରେନ୍ ନ ଶୁଣିଲେ ବିପଦପୂର୍ଣ୍ଣ ହେବ ଏହାର ଭବିଷ୍ୟତ: ଭ୍ଳାଦିମୀର ପୁତିନ

Odisha Halchal

Leave a Comment