ଅପରାଧଓଡ଼ିଶା ଖବରନ୍ୟୁଜ୍

ସଂଘବଦ୍ଧ ଆକ୍ରମଣରେ ଗଲା ଜୀବନ

ସଂଘବଦ୍ଧ ଆକ୍ରମଣରେ ଗଲା ଜୀବନ

ଚାଷ ଜମିରେ ପଡିଛି ଯୁବକଙ୍କ ମୃତଦେହ । ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ବୋଧଖଣ୍ଡି ଧନୁଆ ନଈ କୂଳରେ ପଡିଛି ମୃତଦେହ । ମୃତକ ଶିଶିଲୋ ଗାଁର ଆଶିଷ ଓଝା (୧୯ ବର୍ଷ ) । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ବୁଧବାର ରାତିରେ ଆଶିଷ ଓଝାଙ୍କୁ ସାଙ୍ଗମାନେ ଗାଁ ମୁଣ୍ଡରେ ଥିବା ପୋଖରୀ ନିକଟକୁ ଡାକିଥିଲେ।

ଦୀର୍ଘ ସମୟ ଧରି ଆଶିଷ ଆଉ ଘରକୁ ଫେରିନଥିଲେ। ବିଳମ୍ବ ହେବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । କିନ୍ତୁ କୌଣସି ପତ୍ତା ପାଇନଥିଲେ। ଶେଷରେ ଗୁରୁବାର ସକାଳୁ ସ୍ଥାନୀୟ ଲୋକେ ବୋଧଖଣ୍ଡି ଧନୁଆ ନଈ କୂଳକୁ ଗାଧୋଇବାକୁ ଯିବା ବେଳେ ଆଶିଷଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ ।

ଏହାପରେ ତୁରନ୍ତ ପୋଲିସ ଓ ପରିବାରକୁ ଖବର ଦେଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି । ଯୁବକଙ୍କୁ ସଙ୍ଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

Related posts

ପିକଅପ ଗାଡିର ଜୋରଦାର ଧକ୍କା

Odisha Halchal

ପରଲୋକରେ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍‌

Odisha Halchal

ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌

Odisha Halchal

Leave a Comment