ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ମାତ୍ର ୧୦ ଦିନ ଖରାଛୁଟି; ଜାଣନ୍ତୁ କେବେଠୁ ଲାଗୁ ହେବ

ଚଳିତ ବର୍ଷ ଖରାଛୁଟି ଅବଧିକୁ କମାଇ ଦେଇଛନ୍ତି ରାଜ୍ୟ ସରକାର। ପ୍ରତି ବର୍ଷ  ୫୦ ଦିନ ହେଉଥିବା ଖରାଛୁଟିକୁ ଚଳିତ ବର୍ଷ ମାତ୍ର ୧୦ ଦିନରେ ସୀମିତ ରଖାଯାଇଛି।  କରୋନା ଯୋଗୁ ଗତ ୨ ବର୍ଷ ହେବ ପାଠପଢ଼ା ବ୍ୟାହତ ହୋଇଥିବା ବେଳେ ଏଥର ଏହାକୁ ଅଗ୍ରାଧିକାର ଦିଆଯାଇଛି। ତେଣୁ ପ୍ରତିବର୍ଷ ଦୀର୍ଘ ଦେଢ ମାସରୁ ଊର୍ଦ୍ଧ୍ୱ ସମୟ ଧରି ହେଉଥିବା ଖରା ଛୁଟିକୁ କାଟଛାଣ୍ଟ କରି ମାତ୍ର ୧୦ ଦିନରେ ସୀମିତ କରିଛନ୍ତି ରାଜ୍ୟ ସରକାର। ଜୁନ୍ ୬ରୁ ଜୁନ୍ ୧୬ ପର୍ଯ୍ୟନ୍ତ ସ୍କୁଲରେ ଖରାଛୁଟି ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଏ ସମ୍ପର୍କୀତ ବିଜ୍ଞପ୍ତି ପ୍ରକାଶ କରିଛି ଗଣଶିକ୍ଷା ବିଭାଗ ।

ବର୍ତ୍ତମାନ ସମଗ୍ର ରାଜ୍ୟରେ ଖରାର ପ୍ରକୋପ ଅଧିକ ଥିବା ବେଳେ ସକାଳୁଆ ଚାଲୁ ରହିବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ ସକାଳୁଆ ସ୍କୁଲ  ପୂର୍ବରୁ ସାଢେ ୬ଟାରୁ ସାଢେ ୧୦ଟା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିବା ବେଳେ ଏବେ ଏହି ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ମେ ପହିଲାରୁ ଜୁନ୍ ୫ ପର୍ଯ୍ୟନ୍ତ ସକାଳେ ୬ଟାରୁ ୯ଟା ଯାଏଁ ସ୍କୁଲ ଖୋଲା ରହିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ୨୦ ଏପ୍ରିଲ ସୁଦ୍ଧା ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀଙ୍କ କ୍ଲାସ ପ୍ରମୋସନ କରାଯିବ । ହେଲେ ଏଥିନିମନ୍ତେ ପରୀକ୍ଷା କରାଯିବ ନା ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ କ୍ଲାସ ପ୍ରମୋସନ ମିଳିବ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିଛି। ଏହାବାଦ ଏପ୍ରିଲ ୨୦ରୁ ୩୦ ତାରିଖ ସୁଦ୍ଧା ଛାତ୍ରଛାତ୍ରୀଙ୍କ ରିଆଡମିଶନ ସାରିବାକୁ ସ୍କୁଲମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Related posts

ବିରଳ ପ୍ରଜାତିର ସୁନେଲି ରଙ୍ଗର କଇଁଛ ଉଦ୍ଧାର

Odisha Halchal

ଦନ୍ତାହାତୀର ମୃତ୍ୟୁ ପାଇଁ ଦାୟୀ କିଏ

Odisha Halchal

ଶର୍ମିଷ୍ଠାଙ୍କ ଖେଳ ଶେଷ, ଭଦ୍ରକ ଜିଲ୍ଲା ନଳାଙ୍ଗ ରୁ ଗିରଫ କଲା କ୍ରାଇମବ୍ରାଞ୍ଚ,ସହଯୋଗୀ ମଧ୍ୟ ଗିରଫ

Odisha Halchal

Leave a Comment