ଓଡ଼ିଶା ଖବରନ୍ୟୁଜ୍

ମହାକାଳପଡ଼ା ରେ ଜାତୀୟ ପ୍ରେସ୍ ଦିବସ ପାଳିତ

ମହାକାଳପଡ଼ା ରେ ଜାତୀୟ ପ୍ରେସ୍ ଦିବସ ପାଳିତ

ମହାକାଳପଡ଼ା:-(ରିପୋର୍ଟ:- ଶଶିଭୂଷଣ ରାଉତ)ସାରା ଦେଶରେ ଜାତୀୟ ପ୍ରେସ୍ ଦିବସ ପାଳିତ ହେଉଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ କାର୍ଯ୍ଯାଳୟରେ ମହାକାଳପଡ଼ା ପ୍ରେସ କ୍ଲବ ତରଫରୁ ୫ମ ବାର୍ଷିକ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀମତୀ କଳ୍ପନା ରାଉତ ଓ ମୁଖ୍ଯବକ୍ତା ଭାବେ ଵିଡିଓ ଦେବାଶିଷ ରାଉତ ସମ୍ମାନିତ ଅତିଥିଭାଵେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ବିଜୟ ଶୁକ୍ଳା ,ଦେବଦତ୍ତ ପରିଡା ଯୋଗଦେଇଥିଲେ ।

ଆଜି ଜାତୀୟ ପ୍ରେସ୍ ଦିବସ ରେ ସାମ୍ବାଦିକମାନେ ନିର୍ଭୀକ ନିରପେକ୍ଷ ଓ ଗଠନ ମୂଳକ ସମ୍ବାଦ ପରିବେଷଣ କଲେ ସମୃଦ୍ଧି ରାଷ୍ଟ୍ର ଗଠନ ହେବାରେ ସହାୟକ ହେବ ଵୋଲି ବହୁ ବକ୍ତା ମତ ରଖିଥିଲେ।।ଅନ୍ୟମାନଙ୍କ ମଧ୍ୟରେ ଥିଲେ ନିରାକାର ଜେନା,ବୈକୁଣ୍ଠ ନାଥ ସ୍ଵାଇଁ, ପ୍ରଫୁଲ୍ଲ ପ୍ରଧାନ, କେଶବ ପରମାଣିକ ମହାକାଳପଡ଼ା ସରପଞ୍ଚ ରତିକାନ୍ତ ପଣ୍ଡା, ସୁରଭି ଜେନା, ଅଶୋକ ମହାପାତ୍ର,ସମେତ ବହୁ ମାନ୍ୟଗଣ୍ୟ ବରିଷ୍ଠ ନାଗରିକମାନେ ଯୋଗ ଦେଇ ମହାକାଳପଡ଼ା ପ୍ରେସ କ୍ଲବ ର ସଭ୍ୟମାନଙ୍କୁ ସଠିକ ସମୟରେ ସଠିକ ସମ୍ବାଦ ପରିବେଷଣ କରୁଥିବାରୁ ବକ୍ତବ୍ୟ ମାଧ୍ୟମରେ ପ୍ରଶଂସାରେ ପୋତି ପକାଇ ଥିଲେ।

ଏହି ଅବସରରେ ସମ୍ବାଦିକ ଵିରଞ୍ଚି ନାରାୟଣ ଦାସ,ସଂଜୟ ଦାସ,ଅରକ୍ଷିତ ନାଥ,ପ୍ରତାପ ଚନ୍ଦ୍ର ସ୍ଵାଇଁ ସୁବାସ ସାହୁ, ଅଶୋକ ସ୍ବାଇଁ,କଳ୍ପତରୁ ସାମଲ, ସମରେନ୍ଦ୍ର ମହିଳା, ଜନ୍ମେଜୟ ମଲ୍ଲିକ ଦିପକ ଜେନା ଶଶିଭୂଷଣ ରାଉତ ବରିଷ୍ଠ ସାମ୍ବାଦିକ ଵାଵୁଲି ଚରଣ ଜେନା ସମେତ ଉପସ୍ଥିତ ଥିଲେ।ପ୍ରେସ କ୍ଲବ ତରଫରୁ ପ୍ରଥମେ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଥିବା ଅନ୍ତେବାସୀ ଓ ଵାହାରେ ଥିବା ରୋଗୀ ମାନଙ୍କୁ ଵିସ୍କୁଟ ଓ ଫଳ ବଣ୍ଟନ କରିଥିଲେ ।ସଭାଶେଷରେ ସ୍ଥାନୀୟ ୨୦ ଜଣ ବରିଷ୍ଠ ନାଗରିକ ତଥା କୃଷକ, ଶିକ୍ଷାଵିତ୍ତ ଚିକିତ୍ସକମାନଙ୍କୁ ସମ୍ମାନିତ କରାଯାଇଥିଲା।

Related posts

ମହାକାଳପଡ଼ା ରେ ଠିକାଦାର ଜେଇ ସରକାର

Odisha Halchal

ମାଂସ ବିରିୟାନି ଖାଇବାକୁ ନେଇ ମୁହାଁମୁହିଁ

Odisha Halchal

ଦ୍ରୁତ ଗତିରେ ବଦଳୁଛି ନେପଚୁନ୍‌ର ତାପମାତ୍ରା, ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ

Odisha Halchal

Leave a Comment