ଓଡ଼ିଶା ଖବରନ୍ୟୁଜ୍

ମନମୁଣ୍ଡା ଗ୍ରାମ ପଞ୍ଚାୟତରେ ପ୍ରଥମ ଗ୍ରାମସଭା

ମନମୁଣ୍ଡା ଗ୍ରାମ ପଞ୍ଚାୟତରେ ପ୍ରଥମ ଗ୍ରାମସଭା

ମନମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପ୍ରଥମ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନମୁଣ୍ଡା ଗ୍ରାମପଞ୍ଚାୟତର ସରପଞ୍ଚ ସୁଶ୍ରୀ ରଞ୍ଜୁ ବେହେରା ଙ୍କ ତତ୍ତ୍ୱାବଧାନରେ ଆଜି ମନମୁଣ୍ଡା ରାଜୀବଗାନ୍ଧୀ ସେବାକେନ୍ଦ୍ର ଠାରେ ପ୍ରଥମ ଗ୍ରାମ ସଭାର ଆୟୋଜନ ହୋଇଥିଲା।

ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶା ସରକାରଙ୍କ ନିର୍ଦ୍ଧେଶ କ୍ରମେ ଗ୍ରାମ ପଞ୍ଚାୟତ ମାନଙ୍କର ଉନ୍ନୟନ କାର୍ଯ୍ୟକୁ ଆହୁରି ସ୍ୱଚ୍ଛ ନିର୍ମଳ କରିବା ପାଇଁ ଓ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ଲୋକଙ୍କ ପାଖରେ ପହଞ୍ଚେଇବା ଓ 9 ଗୋଟି ବିଭାଗକୁ gptp ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଧେଶ ହୋଇଥିବା ବେଳେ ଆଜି ତାହା ଉକ୍ତ ପଞ୍ଚାୟତରେ ଅନୁଷ୍ଠିତ ହୋଇଥିଲା।

ଉକ୍ତ 9 ଗୋଟି ବିଭାଗରୁ 3 ଗୋଟି କୁ ପ୍ରଥମେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଧେଶ ଅଛି ବୋଲି ମନମୁଣ୍ଡା ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ପ୍ରଧାନ ସୂଚନା ଦେଇଥିବା ବେଳେ ସେଗୁଡିକ ମଧ୍ୟରୁ ପ୍ରଚୁର ଜଳ ,ସୁସ୍ଥ ଗ୍ରାମପଞ୍ଚାୟତ ଓ କ୍ଲିନ୍ ଗ୍ରୀନ ବୋଲି କହିଛନ୍ତି।ଆଜିର ଏହି ଗ୍ରାମସଭାରେ ସରପଞ୍ଚ ରଂଜୁ ବେହେରା,ନୋଡାଲ ଅଫିସର ଦେଶବନ୍ଧୁ ନାୟକ,ନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ପ୍ରଧାନ,ଜି ଆର ଏସ ଆଦିତ୍ୟ ମେହେର,ଯୋଗାଣ ସହାୟକ ଅନ୍ତର୍ଯ୍ୟାମୀ ମହଲା,ଉଦ୍ୟାନ ବିଭାଗ ବିକାଶ ପଣ୍ଡା,କୃଷି ବିଭାଗ ଵିବେକା ସାହୁ ICDS ରଞ୍ଜିତା ସେଠୀ,ଶିକ୍ଷା ବିଭାଗର ରିତାରାନି ତ୍ରିପାଠୀ ,SHG ଗ୍ରୁପ,ୱାର୍ଡ ସଭ୍ୟ ସଭ୍ୟା ଓ ଅନେକ ଜନ ସାଧାରଣ ଯୋଗ ଦେଇଥିଲେ।

Related posts

ପଶ୍ଚିମରେ ବର୍ଷିବ ନିଆଁ : ୪୪ ଡିଗ୍ରୀ ଟପିବ ପାରଦ

Odisha Halchal

ଲୋକଙ୍କ ଆସ୍ଥା ହରାଉଛି କି ଡାକ ବିଭାଗ

Odisha Halchal

ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ

Odisha Halchal

Leave a Comment