ଓଡ଼ିଶା ଖବରନ୍ୟୁଜ୍

ଭୋଜିଭାତ ଖାଇ ୩୦ରୁ ଉର୍ଦ୍ଧ୍ୱ ଶିଶୁଙ୍କ ସମେତ ୫୦ ରୁ ଅଧିକ ବ୍ୟକ୍ତି ଝାଡାବାନ୍ତିରେ ଆକ୍ରାନ୍ତ

ଭୋଜିଭାତ ଖାଇ ୩୦ରୁ ଉର୍ଦ୍ଧ୍ୱ ଶିଶୁଙ୍କ ସମେତ ୫୦ ରୁ ଅଧିକ ବ୍ୟକ୍ତି ଝାଡାବାନ୍ତିରେ ଆକ୍ରାନ୍ତ

ଭୋଜିଭାତ ଖାଇ ୩୦ରୁ ଉର୍ଦ୍ଧ୍ୱ ଶିଶୁଙ୍କ ସମେତ ୫୦ ରୁ ଅଧିକ ବ୍ୟକ୍ତି ଝାଡାବାନ୍ତିରେ ଆକ୍ରାନ୍ତ । ନିକଟସ୍ଥ ବୋଡେନ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ୩୦ରୁ ଅଧିକ ଅସୁସ୍ଥଙ୍କୁ ଭର୍ତ୍ତିକରି ଚିକିତ୍ସା କରାଯାଉଥିବା ବେଳେ କିଛି ଅସୁସ୍ଥଙ୍କୁ ଖରିଆର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଲିଟିସର୍ଗି ଗ୍ରାମର ଘଟଣା ।

ଆଜି ଗ୍ରାମର ପରମେଶ୍ବର ବାଗଙ୍କ ଝିଅର କୁଆଁରୀ ବ୍ରତରେ ମଧ୍ୟାହ୍ନରେ ଭୋଜିଭାତ ହୋଇଥିଲା । ଯାହାକୁ ଖାଇବା ପରେ ଧିରେ ଧିରେ ଶିଶୁମାନଙ୍କର ପ୍ରଥମେ ଝାଡାବାନ୍ତି ଆରମ୍ଭ ହୋଇଥିଲା ।୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ନିକଟସ୍ଥ ବୋଡେନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଧିରେ ଧିରେ ଅସୁସ୍ଥଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ଶିଶୁଙ୍କ ସହ ଅନ୍ୟ ମାନଙ୍କୁ ମିଶାଇ ଅସୁସ୍ଥଙ୍କ ସଂଖ୍ୟା ୫୦ରୁ ଉର୍ଦ୍ଧ୍ୱ ହୋଇଥିନା ବେଳେ ଏବେ ବି ଲିଟିସର୍ଗି ଗ୍ରାମର ବିଦ୍ୟାଳୟରେ ୧୦ରୁ ଉର୍ଦ୍ଧ୍ୱ ଅସୁସ୍ଥ ହସ୍ପିଟାଲ ଯିବାପାଇଁ ଆମ୍ବୁଲାନ୍ସକୁ ଜଗି ବସିଛନ୍ତି । ସେପଟେ ଆଖପାଖ ଗ୍ରାମର ଅନେକ ଲୋକ ମଧ୍ୟ ଅସୁସ୍ଥ ହୋଇଥିବା ସୂଚନା ରହିଛି । ଗାଁ କୁ ଏକ ଡାକ୍ତରି ଦଳ ପଠାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି ।

Related posts

ପିଡିଏସ ଚାଉଳ ବଣ୍ଟନର ପୁଣି କଲେଙ୍କାରୀ ଅଧ୍ୟାୟ

Odisha Halchal

ଦିଦି ଖାଇଗଲେ ଅଣ୍ଡା ପଇସା , ସିଡିପିଓ ଙ୍କ ପାଉଣା ଦୁଇ ହଜାର

Odisha Halchal

ସୁରକ୍ଷାବାହିନୀର ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିପାତ

Odisha Halchal

Leave a Comment