ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ଭୁଶୁଡ଼ିଛି ଲାଲ ଗଡ଼

ଭୁଶୁଡ଼ିଛି ଲାଲ ଗଡ଼

ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳ, ଦିନେ ମାଓବାଦୀଙ୍କ ଗଡ଼ ବୋଲି ଜାଣୁଥିଲେ ଲୋକେ, ଯିଏ କେହି ଏ ଅଞ୍ଚଳର କଥା ଶୁଣିବା ମାତ୍ରେ ଭୟଭୀତ ହୋଇ ପଢ଼ୁଥିଲେ। ଆଗକାର ସ୍ଥିତି ଓ ଏବେର ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ପୋଲିସ ଓ ଜିଲ୍ଲା ପ୍ରଶାସନର ଅକ୍ଲାନ୍ତ ଚେଷ୍ଟା ଫଳରେ ରାସ୍ତା ଠାରୁ ନେଇ ବିଭିନ୍ନ ମୈଳିକ ସୁବିଧା ପାଇଁ ପାରୁଛନ୍ତି ଏଠିକାର ଲୋକେ, ତେଣୁ ହିଂସା ଛାଡି଼ ଜିଲ୍ଲା ପ୍ରଶାସନ ସହିତ ହାତ ମେଲାଉଛନ୍ତି ଲୋକେ। ଯାହା ଦ୍ଵାରା ଲାଲ ଗଡ଼ ଏବେ ଧିରେ ଧିରେ ଭୁଶୁଡ଼ୁଛି।

ଆଜି ମାଓ ପ୍ରବଣ ଘନବେଡ଼ା ବିଏସଏଫ କାମ୍ପ ନିକଟରେ 500ରୁ ଉର୍ଦ୍ଧ୍ବ ମାଓ ସମର୍ଥକ ମାଓବାଦୀଙ୍କ ହାତ ଛାଡ଼ି ମାଲକାନଗିରି SP ଏବଂ ବିଏସଏଫ ଏଡିଜିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଦୀର୍ଘ ବର୍ଷ ଧରି ମାଓବାଦୀଙ୍କ ନାଲି ଆଖି ଭୟ ରେ ରହୁଥିବା ବେଳେ ଆଜି ପୋଲିସର କଡ଼ା ସୁରକ୍ଷା ପରେ ନିର୍ଭୟ ରେ ପୋଲିସ ସହ ହାତ ମିଳାଇ ବିକାଶ କାର୍ଯ୍ୟ ଆଗକୁ ବଢ଼ାଇବାକୁ ଶପଥ ନେଇଛନ୍ତି ।

ମାଓବାଦିଙ୍କ କୁଶପୁତ୍ତଳିକା ଦାହ କଲେ ସ୍ବାଭିମାନ ଅଞ୍ଚଳ ଲୋକେ। ମାଲକାନଗିରି SP ନୀତିଶ ୱାଦବାନିଙ୍କ ସହିତ ବିଏସଏଫ ଏ.ଡି.ଜି, ଏବଂ ଏସଡିପିଓ ଶୁଭେନ୍ଦୁ ପାତ୍ରଙ୍କ ମୁଣ୍ଡରେ ଟୀକା ଦେବା ସହିତ ହୁଳ ହୁଳି ଓ ଫୁଲମାଳ ପିନ୍ଧାଇ ସ୍ବାଗତ କରିଥିଲେ ସ୍ବାଭିମାନ ଅଞ୍ଚଳର ମହିଳା। ଏପରିକି ନିଜ ଅଞ୍ଚଳର ବିକାଶ ପାଇଁ ଏସପି ଙ୍କୁ ଦାବି କରିଛନ୍ତି କିଛି ଆନ୍ଧ୍ର ଲୋକେ ବିଶାଖାପାଟଣା ଜିଲ୍ଲାର ୪୦ ରୁ ଉର୍ଦ୍ଧ୍ବ ମାଓ ସମର୍ଥକ ନିଜ ଅଞ୍ଚଳରେ ରାସ୍ତାଘାଟକୁ ଓଡ଼ିଶା ସହିତ ସଂଯୋଗ ପାଇଁ ମାଲକାନଗିରି ଏସପିଙ୍କୁ ଗୁହାରି କରିଛନ୍ତି।

Related posts

ଗଛରେ ପିଟି ହେଲା ବସ୍

Odisha Halchal

ମଲ୍ଲିକାର୍ଜୁନ ନୂତନ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ

Odisha Halchal

ବିଦ୍ୟାଳୟରେ ପୋଷାକ ବିତରଣ ମେଳା

Odisha Halchal

Leave a Comment