ଅପରାଧଓଡ଼ିଶା ଖବରନ୍ୟୁଜ୍

ପୁଣି ଫୁଟିଲା ଗୁଳି

ପୁଣି ଫୁଟିଲା ଗୁଳି

ନୟାଗଡ:- ନୟାଗଡ ଜିଲ୍ଲାରେ ଅଭାନୀୟ ଘଟଣା ଦେଖିବାକୁ ମିଳିଛି । ଜମିଜମା ବିବାଦକୁ ନେଇ ଗୋଟିଏ ପରିବାର ଅନ୍ୟ ଏକ ପରିବାର ଉପରେ ଗୁଳିମାଡ କରିଛି । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ନୟାଗଡ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ କୃଷ୍ଣପ୍ରସାଦ ଗାଁରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି ।

ରାଜ୍ୟରେ ଦିନକୁ ଦିନ ଅପରାଧିକ ମାମଲା ବଢିବାର ଲାଗିଛି । କିଏ ପାରିବାରିକ କଳକୁ ନେଇ କାହାକୁ ହତ୍ୟା କରିଲାଣି ତ ଆଉ କିଏ ଅନ୍ୟ କୌଣସି କାରଣ ନେଇ କାହା ଉପରେ ମରଣାତ୍ମକ ଆକ୍ରମଣ କରିଲାଣିି । ତେବେ ଏହିପରି ଘଟଣା ପୂର୍ବରୁ ଅନେକ ଥର ଦେଖିଥିବାବେଳେ ବର୍ତ୍ତମାନ ସେହିପରି ଏକ ଘଟଣା ନୟାଗଡ ଜିଲ୍ଲାରେ ଦେଖିବାକୁ ମିଳିଛି । ଯାହାକୁ ସାରା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି ।

ତେବେ ଏହି ଘଟଣାର ଖବର ପାଇ ଇଟାମାଟି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ଏଥିସହିତ ଗୁଳିମାଡରେ ଆହତ ହୋଇଥିବା ଅନ୍ୟ ୪ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି । ତେବେ ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥୟ ଅବସ୍ଥା ଗୁରୁତର ଥିବା ଡାକ୍ତର ସୂଚନା ଦେଇଛନ୍ତି ।

Related posts

ବଜ୍ରରାଜନଗର ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

Odisha Halchal

ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ

Odisha Halchal

ଗଞ୍ଜେଇ ଚୋରା ଚାଲାଣରେ ବି ଜେ ପି ନେତା ଗିରଫ

Odisha Halchal

Leave a Comment