ଅପରାଧଓଡ଼ିଶା ଖବରନ୍ୟୁଜ୍

ବୃଦ୍ଧଙ୍କ ଆଖି ଅପରେସନରେ ଅସଲି ଆଖି ବଦଳରେ ଲାଗିଥିଲା ନକଲି କାଚ ଗୋଲି

ବୃଦ୍ଧଙ୍କ ଆଖି ଅପରେସନରେ ଅସଲି ଆଖି ବଦଳରେ ଲାଗିଥିଲା ନକଲି କାଚ ଗୋଲି

ଆଖିରେ ହାତ ମାରୁ ମାରୁ ବାହାରି ଯାଉଛି ଆଖି । ଏହି ଘଟଣା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଝାଡ଼ଖଣ୍ଡ ଜାମସେଦପୁର୍‌ରେ ଘଟିଛି ଏପରି ଘଟଣା । ଜଣେ ବୃଦ୍ଧଙ୍କ ଆଖି ଅପରେସନ କରିବା ଆଳରେ ଅସଲି ଆଖି କାଢ଼ି ଦେଇ ନକଲି କାଚ ଗୋଲି ଲଗାଯାଇଥିବା ଖବର ସାମ୍ନାକୁ ଆସିଛି ।

ଏନେଇ ବୃଦ୍ଧ ଗଙ୍ଗାଧର ସିଂ କେସିସି ହସ୍ପିଟାଲର ପ୍ରବଦ୍ଧନା ଓ ଅପରେସନ କରିଥିବା ଡ଼ାକ୍ତରଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ସୁଚନା ଅନୁସାରେ ଜାମସେଦପୁରରୁ ୬୦ କିଲେମିଟର ଦୁରରେ ଏକ ଆଦିବାସୀ ଗାଁ ଅଛି ଯେଉଁଥିରେ ପାଖାପାଖି ୧୫ ଟି ପରିବାର ବସବାସ କରନ୍ତି ।

ବୃଦ୍ଧ ଗଙ୍ଗାଧର ସିଂଙ୍କ ଘର ସେହି ଗାଁରେ ଥିବା ବେଳେ ଦୀର୍ଘଦିନରୁ ତାଙ୍କ ଆଖିରୁ ପାଣି ବାହାରୁ ଥିଲା ଓ ଯନ୍ତ୍ରଣା ମଧ୍ୟ ହେଉଥିଲା । ଠିକ୍ ଏହି ସମୟରେ ଜଣେ ମହିଳା ତାଙ୍କ ଆଖିର ଅପରେସନ କରିବା ପାଇଁ ପରାମର୍ଶ ଦେବା ସହ ସାହାର୍ଯ୍ୟ କରିବାକୁ ମଧ୍ୟ କହିଥିଲେ ।
ଗଙ୍ଗାଧରଙ୍କ ସହ ଅନ୍ୟ ୭ ଜଣ ଲୋକ ମଧ୍ୟ ଯାଇଥିଲେ ଆଖି ଅପରେସନ୍ ପାଇଁ । ସମସ୍ତଙ୍କ ଆଖି ଅପରେସନ ପରେ ଘରକୁ ପଠାଯାଇଥିଲା ହେଲେ ଗୋଟିଏ ଦିନ ପରେ ଗଙ୍ଗାଧରଙ୍କ ଆଖି କୁଣ୍ଡାଇ ହେବା ଆରମ୍ଭ କଲା ଓ ପାଣି ମଧ୍ୟ ବାହାରିଲା ।

ଏପରିକି ଆଖି କୁଣ୍ଡାଉ କୁଣ୍ଡାଉ ଗୋଟିଏ ଆଖିରୁ ନକଲି କାଚ ଗୋଲି ବାହାରି ପଡ଼ିଲା । ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ ।
ପରେ ଏହି ଘଟଣା ସାମ୍ନାକୁ ଆସିବା ପରେ ଜଣାପଡ଼ିଥିଲା ଯେ ଅସଲି ଆଖି ବଦଳରେ ଡ଼ାକ୍ତର ଜଣଙ୍କ ଗୋଟିଏ ଛୋଟପିଲାର ଖେଳଣା ଆଖି ଲଗାଇ ଦେଇଛନ୍ତି । ତେବେ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହସ୍ପିଟାଲ କର୍ତ୍ତୁପକ୍ଷ ସୁଚନା ଦେଇଛନ୍ତି

Related posts

ପୋଲିସ୍ ଇନଫର୍ମର୍ ସଂନ୍ଦେହରେ ମାଓବାଦୀଙ୍କ ଗୁଳି ମାଡ଼ ଘଟଣା

Odisha Halchal

ସ୍ଵାମୀକୁ ଛାଡ଼ି ପ୍ରେମିକ ସହ ଫେରାର ହେଲା ସ୍ତ୍ରୀ

Odisha Halchal

ଦୁର୍ଦାନ୍ତ ମାଓବାଦୀଙ୍କୁ ଗିରଫ କଲା ଏନ୍ ଆଇ ଏ

Odisha Halchal

Leave a Comment