ଦେଶ ବିଦେଶନ୍ୟୁଜ୍

ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଦେଶର ସୁଯୋଗ୍ୟ ସନ୍ତାନ ଥିଲେ

ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଦେଶର ସୁଯୋଗ୍ୟ ସନ୍ତାନ ଥିଲେ

ଭାରତର ସମ୍ବିଧାନ ପ୍ରଣେତା ଡ. ଭୀମ ରାଓ ଆମ୍ବେଦକର ଆଜିର ଦିନରେ ୧୮୯୧ରେ ମଧ୍ୟପ୍ରଦେଶର ମହୁ ଠାରେ ଜନ୍ମଗ୍ରହଣ କରିଥିଲେ । ଆଧୁନିକ ଭାରତର ନିର୍ମାଣରେ ବାବା ସାହେବ ଆମ୍ବେଦକରଙ୍କ ଭୂମିକା ଅତୁଳନୀୟ ଓ ସ୍ମରଣୀୟ । ସେଥି ପାଇଁ ତାଙ୍କୁ କୌଣସି ଭାରତୀୟ ଭୁଲିପାରିବ ନାହିଁ ।

ରାମଜୀ ମାଲୋଜୀ ସକପାଲ ଏବଂ ଭୀମାବାଇଙ୍କ ସୁଯୋଗ୍ୟ ସନ୍ତାନ ଥିଲେ ଭୀମରାଓ ଆମ୍ବେଦକର । ସେ ଏଭଳି ଏକ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ, ସେଠାରେ ଜାତିପ୍ରଥା ଥିଲା । ସମାଜର ଉଚ୍ଚ ଜାତିର ଲୋକେ ନିମ୍ନ ଜାତିର ଲୋକଙ୍କୁ ଛୁଇଁବାକୁ ଘୃଣା କରୁଥିଲେ । ଏଭଳି ଭାବରେ ସମାଜରେ ଭେଦଭାବ ସୃଷ୍ଠି କରାଯାଉଥିଲା । ଏହାକୁ ଭୀମରାଓ ଅପମାନ ମନେ କରୁଥିଲେ ।

ସାମାଜିକ ସମାନତା ଏବଂ ସାମାଜିକ ନ୍ୟାୟରେ ପରିବର୍ତ୍ତନ ଆଣିବାରେ ଆମ୍ବେଦକରଙ୍କ ନାମ ଆସିଥାଏ । ସେ ବାବା ସାହେବ ନାମରେ ମଧ୍ୟ ପରିଚୟ ହାସଲ କରିଥିଲେ । ଏକାତ୍ମ ସମାଜ ନିର୍ମାଣ, ସାମାଜିକ ସମସ୍ୟା, ଅସ୍ପୃଶ୍ୟତା ଭଳି ସାମାଜିକ ଘଟଣା ଉପରେ ତାଙ୍କର ମନ ସମ୍ବେଦନଶୀଳ ଏବଂ ବ୍ୟାପକ ଥିଲା । ସେ ନିଜର ସଂପୂର୍ଣ୍ଣ ଜୀବନ ଉଚ୍ଚ-ନୀଚ, ଭେଦଭାବ, ଛୁଆଁଅଛୁଆଁ ଭଳି କାମ ପାଇଁ ନିଜ ଜୀବାନକୁ ସମର୍ପିତ କରିଥିଲେ । ସେ କହୁଥିଲେ ଜଣେ ମହାପୁରୁଷ ଜଣେ ସାଧାରଣ ମନ୍ୟୁଠାରୁ ଭିନ୍ନ, ଯିଏକି ସମାଜକୁ ଭଲଭାବରେ ଗଢ଼ିବାକୁ ଚିନ୍ତା କରୁଥାଏ ।

Related posts

ଭାଉଜକୁ ବିବାହ କଲା ଦିଅର

Odisha Halchal

ବାଇକ ଚୋରି ରାକେଟର ପର୍ଦ୍ଦାଫାସ

Odisha Halchal

ଆବାସ ଯୋଜନାରୁ ବଞ୍ଚିତ ବିଧବା ଦହନା ବାଗ

Odisha Halchal

Leave a Comment