ଅପରାଧଓଡ଼ିଶା ଖବରନ୍ୟୁଜ୍

ପ୍ରେମିକା ଅଣଦେଖା କରିବାରୁ ପ୍ରତିଶୋଧ ନେଲା ପ୍ରେମିକ

ପ୍ରେମିକା ଅଣଦେଖା କରିବାରୁ ପ୍ରତିଶୋଧ ନେଲା ପ୍ରେମିକ

ଗଞ୍ଜାମ ଜିଲ୍ଲା ଖାରିଗୁମା ଗାଁ ନିକଟ ଜଙ୍ଗଲରେ ଥିବା କୂଅରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ଫର୍ଦ୍ଦାଫାସ କରିଛି ପୁଲିସ। ଯୁବତୀଙ୍କୁ ତାର ପୁରୁଷ ବନ୍ଧୁ ତିଣ୍ଟି ଚିପି ହତ୍ୟା କରିଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ଆସିକା ଏସ୍‌ଡିପିଓ ଉମାଶଙ୍କର ସିଂ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଅଭିଯୁକ୍ତ ସହିତ ଗୌଡ଼ ଘଟଣାକୁ ଲୁଚାଇବା ପାଇଁ ଯୁବତୀଙ୍କୁ ହତ୍ୟା କରି ପରିତ୍ୟକ୍ତ କୂଅ ଭିତରେ ଫୋପାଡ଼ି ଦେଇଥିଲା। ଅଭିଯୁକ୍ତ ନିଜେ ପୁଲିସ ନିକଟରେ ଦୋଷ ସ୍ୱୀକାର କରିଛି।

ଆସିକା ଏସ୍‌ଡିପିଓ ଆହୁରି କହିଛନ୍ତି, ସହିତଙ୍କ ସହ ଯୁବତୀଙ୍କର ଦୁଇବର୍ଷ ହେବ ପ୍ରେମ ସମ୍ପର୍କ ଥିଲା। ଅଭିଯୁକ୍ତ ସୁରତ ଯାଇ ଫେରିବା ପରେ ଯୁବତୀ ତାଙ୍କୁ ଅଣ ଦେଖା କରିଥିଲେ। ଏନେଇ ସହିତ ପ୍ରତିଶୋଧ ପରାୟଣ ହୋଇ ପଡ଼ିଥିଲେ। ଗତ ୨୮ ତାରିଖରେ ଯୁବତୀଙ୍କୁ ଅଭିଯୁକ୍ତ ଦେଖା କରିବାକୁ ଡାକିଥିଲା। ପରେ ଯୁବତୀଙ୍କ ତଣ୍ଟି ଚିପି ହତ୍ୟା କରି କୂଅରେ ଫୋପାଡ଼ି ଦେଇଥିଲା। ଗତକାଲି ପୁଲିସ କୂଅ ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଅଭିଯୁକ୍ତକୁ ଗତକାଲି ଗିରଫ କରାଯାଇଛି। ଆଜି ତାକୁ କୋର୍ଟ ଚାଲାଣ କରାଯିବ।

ସୂଚନାଯୋଗ୍ୟ, ୨୮ ତାରିଖ ରାତିରେ ଯୁବତୀ ନିଖୋଜ ଥିବା ତାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ। ସହିଦ ଝିଅକୁ ନେଇ ପଳାଇଯାଇଥିବା ତାଙ୍କ ବାପା ଅଭିଯୋଗ କରିଥିଲେ। ପୁଲିସ ସହିତକୁ ଅଟକ ରଖି ପଚରାଉଚରା କରିବା ସହ ଯୁବତୀଙ୍କୁ ଖୋଜାଖୋଜି କରିଥିଲା। ଗତକାଲି ଯୁବତୀଙ୍କ ମୃତଦେହ କୂଅରୁ ଉଦ୍ଧାର ହୋଇଥିଲା।

Related posts

ପୁଣି କଳିଙ୍ଗା ଘାଟିରେ ଓଲଟିଲା ବସ

Odisha Halchal

ଚାଷିମାନଙ୍କୁ କ୍ଷୁଦ୍ର ଉଠାଜଳ ସେଚନ ପ୍ରକଲ୍ପ ପାଇଁ ବିଭିନ୍ନ ଜନ୍ତ୍ରାଶ ବଂଟଣ

Odisha Halchal

କାର୍ଯ୍ୟରତ ସାମ୍ବାଦିକଙ୍କୁ ପୋଲିସ ଦ୍ଵାରା ଆକ୍ରମଣ ଘଟଣାକୁ ନିନ୍ଦା

Odisha Halchal

Leave a Comment