ଅପରାଧଓଡ଼ିଶା ଖବରନ୍ୟୁଜ୍

ଠିକାଦାର ଙ୍କ ମାରଣାତ୍ମକ ଅସ୍ତ୍ର ଚୋଟ ରେ ଶ୍ରମିକ ଆହତ

ଠିକାଦାର ଙ୍କ ମାରଣାତ୍ମକ ଅସ୍ତ୍ର ଚୋଟ ରେ ଶ୍ରମିକ ଆହତ

ଯାଜପୁର :-(ରିପୋର୍ଟ:-ମନୋଜ କୁମାର ସାହୁ)କଳିଙ୍ଗନଗର ଥାନା ରଣାଗୁଣ୍ଡି ଗ୍ରାମପଂଚାୟତ ଅନ୍ତର୍ଗତ ସୁଳିଆ ଗ୍ରାମରେ ରାସ୍ତା କାର୍ଯ୍ୟରେ ନିୟୋଜିତ ଥିବା ମିକ୍ସଚର ମେସିନ ଚାଳକ ଅଜିତ ମହାନ୍ତ 15 ଦିନରୁ ଉର୍ଦ୍ଧ କାମ ର ବକେୟା ପାରିଶ୍ରମିକ ଟଙ୍କା ଠକେଇ କୁ କେନ୍ଦ୍ର କରି ଶନିବାର ଦିନରେ ରଣାଗୁଣ୍ଡି ଗ୍ରାମର ଠିକାଦାର ବିଷ୍ଣୁ ତ୍ରିପାଠୀଙ୍କ ପାଖକୁ ଜାଇ ତାଙ୍କର ପାରିଶ୍ରମିକ ଟଙ୍କା ମାଗିବାରୁ ବିଷ୍ଣୁ ତ୍ରିପାଠୀ ଅଜିତ ମହାନ୍ତ ଙ୍କର ସଠିକ ପାଉଣା ନଦେଇ ଯୁକ୍ତିତର୍କ ଆରମ୍ଭ କରିଥିଲେ !

ଶ୍ରମିକ ଅଜିତ ମହାନ୍ତ ଠିକାଦାର ଙ୍କ କଥାରେ ରାଜି ନ ହେବାରୁ ଠିକାଦାର ବିଷ୍ଣୁ ତ୍ରିପାଠୀ ରାଗରେ ବଶୀଭୂତ ହୋଇ ଅଜିତ ମହାନ୍ତଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ଫଳରେ ଅଜିତ ମହାନ୍ତଙ୍କ ମୁଣ୍ଡ ଓ ଦେହର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ତାଙ୍କ ସ୍ତ୍ରୀ ଆଣି କଳିଙ୍ଗନଗର ଥାନା ରେ ଏକ ଲିଖିତ ଅଭିଯୋଗ ହେବାପରେ କଳିଙ୍ଗନଗର ପୋଲିସ 303/22 ରେ ଏକ ମାମଲା ରୁଜ୍ଜୁ କରି 108 ଆମ୍ବୁଲାନ୍ସ ଯୋଗେ ଅଜିତ ମହାନ୍ତ କୁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲେ !

ଲିଖିତ ଅଭିଯୋଗ କୁ ଭିତ୍ତି କରି ଧାରା 307, 341 ରେ କଳିଙ୍ଗନଗର ପୋଲିସ ରବିବାର ଦିନ ଠିକାଦାର ବିଷ୍ଣୁ ତ୍ରିପାଠୀ ଙ୍କୁ ବିଚାରବିଭାଗୀୟ ଅଦାଲତକୁ ପଠେଇ ଦେଇଥିବା ସୂଚନା ମିଳିଛି ! ଯାଜପୁର କଳିଙ୍ଗନଗର ରୁ ମନୋଜ କୁମାର ସାହୁଙ୍କ ରିପୋର୍ଟ

Related posts

ବିପୁଳ ପରିମାଣର ଗଞ୍ଜେଇ ଜବତ

Odisha Halchal

ଭିନ୍ନକ୍ଷମ ମହିଳା ଙ୍କୁ ଭତ୍ତା ଖଣ୍ଡେ ପାଇଁ ସାତ ସପନ

Odisha Halchal

ବୁଢା ବୟସରେ ଧାନ ବିଲରେ ପ୍ରେମ

Odisha Halchal

Leave a Comment