ଓଡ଼ିଶା ଖବରନ୍ୟୁଜ୍

ଗାଁ ର ପୋଖରୀରେ ଗାଧୋଇବା ହେଲା କାଳ

ଗାଁ ର ପୋଖରୀରେ ଗାଧୋଇବା ହେଲା କାଳ

ଗଞ୍ଜାମ:- (ରିପୋର୍ଟ:-ପୂର୍ଣ୍ଣ ଚନ୍ଦ୍ର ପୋଲାଈ )ବୁଗୁଡ଼ା ଥାନା ଅନ୍ତର୍ଗତ ଗୋଲାମୁଣ୍ଡୁଳା ଗାଁ ର ପୋଖରୀ ରେ ବୁଡି ଜୈନିକ ବୃଦ୍ଧ ବ୍ୟକ୍ତି ଙ୍କ ମୃତ୍ୟୁ ।ମୃତ ବ୍ୟକ୍ତି ଜଣକ ହେଲେ ପୋଲସରା ଥାନା ଅଧୀନସ୍ଥ ହାତିପାଦପଲି ଗ୍ରାମ ର ନଟବର ପ୍ରଧାନ ବୟସ ୮୦ ବର୍ଷ।

ସୂଚନା ମୁତାବକ କାଲି ଅପରାହ୍ନ ସମୟରେ ନଟବର ବୁଗୁଡ଼ା ପରିବା ବଜାର ରୁ ପାରିବା କିଣି ନିଜ ଗାଁ ହତିପାଦପଲି କୁ ଫେରୁଥିବା ବାଟରେ ଗୋଲାମୁଣ୍ଡୁଳା ଗାଁ ର ଗୁଡ଼ିବନ୍ଧ ହୁଡ଼ା କଡେ କଡେ ଯାଉଥିବା ସମୟରେ କୌଣସି ଅସାବଧାନତା ଯୋଗୁଁ ପୋଖରୀ ଭିତରକୁ ଖସିପଡ଼ି ପାଣିରେ ବୁଡି ଯାଇଥିଲେ।

ଯାହାକି ସେଠାକାର ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବୁଗୁଡ଼ା ଦମକଳ ବାହୀନି ଘଟଣା ସ୍ଥଳରେ ପହଞ୍ଚି ନଟବର ଙ୍କୁ ଉଦ୍ଧାର କରି ବୁଗୁଡ଼ା ମେଡିକାଲ କୁ ଆଣିଥିଲେ। ସେଈଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ମୃତକଙ୍କ ପୁଅ ମୁନା ପ୍ରଧାନ ବୁଗୁଡ଼ା ପୋଲିସ ଥାନା ରେ ଏତଲା ଦାୟର କରିବା ପରେ ବୁଗୁଡ଼ା ପୋଲିସ ମେଡିକାଲ ରେ ପହଞ୍ଚି ସବକୁ ଜବତ କରିଛି । ଏଵଂ ସବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ କେସ ନଂ ୩୨/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରା ଯାଇଥିବା ଆଇଆଇଆଇସି ଚିତ୍ତରଂଜନ ବେହେରା କହିଛନ୍ତି।

Related posts

ୟୁଜର୍ସ କହିଲେ-‘ ଏବେ ପନ୍ତଙ୍କ କ୍ୟାରିୟର ଶେଷ’

Odisha Halchal

ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ଚଳାଚଳ, ଆସିଲା ନୂଆ ଗାଇଡ୍‌ଲାଇନ୍‌

Odisha Halchal

ଲୁଟ ଘଟଣାରେ ସକ୍ରିୟ ଗ୍ଯାଙ୍ଗ ଗିରଫ

Odisha Halchal

Leave a Comment