ଦେଶ ବିଦେଶନ୍ୟୁଜ୍

ଟେଡରୋସ ଅଦନୋମ କ୍ରମାଗତ ଦ୍ୱିତୀୟ ଥର ପାଇଁ ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ

ଟେଡରୋସ ଅଦନୋମ କ୍ରମାଗତ ଦ୍ୱିତୀୟ ଥର ପାଇଁ ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ

ଟେଡରୋସ ଅଦନୋମ ଗେବ୍ରେହେସୁସଙ୍କୁ ପୁଣି ଥରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ମୁଖ୍ୟ ଭାବେ ଚୟନ କରାଯାଇଛି । ଡ. ଟେଡରୋସ ପ୍ରଥମ ଥର ପାଇଁ ୨୦୧୭ରେ ଏହି ପଦବି ପାଇଁ ଚୟନିତ ହୋଇଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୱେବସାଇଟ୍ ଅନୁସାରେ ଜେନିଭାରେ ୭୫ତମ ବିଶ୍ୱ ସ୍ୱାସ୍ଥ୍ୟ ସଭାରେ ତାଙ୍କୁ ଚୟନ କରାଯାଇଥିବା ନେଇ କୁହାଯାଇଛି ।

ଏହି ପଦବି ପାଇଁ ସେ ଏକମାତ୍ର ପ୍ରାର୍ଥୀ ଥିଲେ । ଶପଥ ଗ୍ରହଣ କରିବା ପରେ ସେ ଭାଷଣ ଦେଇଛନ୍ତି, ଯେଉଁଥିରେ କି ନିଜର ଭାଇଙ୍କ ମୃତ୍ୟୁ ନେଇ ଭାବୁକ ହୋଇଯାଇଛନ୍ତି ।ଟେଡରୋସ କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଭାବେ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ସଦସ୍ୟ ରାଜ୍ୟଗୁଡ଼ିକ ତରଫରୁ ଦିଆଯାଇଥିବା ସୁଯୋଗ ନେଇ ଖୁସି ଅନୁଭବ କରୁଛି । ଏହା ଏକ ବଡ଼ ଦାୟିତ୍ୱସଂପର୍ଣ୍ଣ କାମ । ସମସ୍ତ ଦେଶ, ବିଶ୍ୱବ୍ୟାପୀ ନିଜର ସହଯୋଗୀଙ୍କ ସହିତ ଭାଗିଦାରୀ ହୋଇ କାମ କରିବା ପାଇଁ ପ୍ରତିଶ୍ରୁତି ଦେଉଛି ।

ସେ କହିଛନ୍ତି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଆଗେଇ ନେବା ତଥା ବିଶ୍ୱକୁ ସୁରକ୍ଷିତ ରଖିବା ଓ ଦୁର୍ବଳ ଲୋକଙ୍କର ସେବା କରିବା ସହ ନିଜର ମିଶନକୁ ପୂରା କରାଯିବ । ସୂଚନାଯୋଗ୍ୟ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କର୍ମକର୍ତ୍ତାମାନେ ଗତ ଜାନୁଆରୀରେ ବୈଠକ କରିଥିଲେ ।

Related posts

ବଣାଇ ଅଂଚଳ ରେ ପକ୍ଷୀ ଗଣନା

Odisha Halchal

ଲମତାପୁଟରେ ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

Odisha Halchal

ହାତୀ ଆକ୍ରମଣରେ ୪ଜଣଙ୍କ ମୃତ୍ୟୁ

Odisha Halchal

Leave a Comment