ଓଡ଼ିଶା ଖବରନ୍ୟୁଜ୍

ଜଙ୍ଗଲକୁ ୧୦ ଟିକିଆ ହାତୀପଲ

ଜଙ୍ଗଲକୁ ୧୦ ଟିକିଆ ହାତୀପଲ

କଟକ :-(ରିପୋର୍ଟ :-ତୁଷାର ଜ୍ୟୋତି ନାୟକ )ଗତକାଲି ରାତିରେ ଏକ ୧୦ ଟିକିଆ ହାତୀପଲ ମହାନଦୀପଠାରେ ବୁଲୁଥିବା ସହ ନଦୀପାର ହେଉଥିଲେ । ଯାହାକୁ ସ୍ଥାନୀୟ ଲୋକେ ଦେଖି ତୁରନ୍ତ ବନବିଭାଗକୁ ସୂଚନା ଦେଇଥିଲେ ।

ଫଳରେ ଘଟଣାର ଖବର ପାଇ ବନକର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଏହି ହାତୀପଲଙ୍କୁ ଜଙ୍ଗଲ ମୁହାଁ କରିବାକୁ ପ୍ରୟାସ ଆରମ୍ଭ କରିଥିଲେ ।

ତେବେ ରାତିସାରା ପ୍ରୟାଶ କରିବା ପରେ ହାତୀପଲ ପୁଣି ଥରେ ଜଙ୍ଗଲମୁହାଁ ହେବା ସହ ଆଠଗଡ ବଉଳ ଜଙ୍ଗଲକୁ ଫେରିଛନ୍ତି । ଏହି ହାତୀପଲ ହାଡିଆପଠା ପର୍ଯ୍ୟନ୍ତ ଚାଲି ଯାଇଥିବାରୁ ସେଠାକାର ଲୋକମାନେ ଭୟବିତ ହୋଇ ଯାଇଥିଲେ । ତେବେ ଏହି ହାତୀମାନେ କାହାର କୌଣସି କ୍ଷୟ କ୍ଷତି କରିନଥିବା ବନବିଭାଗ ସୂଚନା ଦେଇଛି ।

Related posts

ଓଡ଼ିଆଙ୍କ ପ୍ରଥମ ପରିଚୟ ପଖାଳ

Odisha Halchal

ସୁପ୍ରିମକୋର୍ଟରେ ନୋଟ୍ ବନ୍ଦୀ ମାମଲାରେ ଶୁଣାଣି

Odisha Halchal

ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର।ପୋଲିସର ତନା ଘନା

Odisha Halchal

Leave a Comment