ଅପରାଧଓଡ଼ିଶା ଖବରନ୍ୟୁଜ୍

ଜଗତସିଂହପୁରରେ ଦୁଇଟି ବୁଥ୍‌ରୁ ଭୋଟ ବାକ୍ସ ନେଇ ପଳାଇଲେ ଦୁର୍ବୃତ୍ତ

ଜଗତସିଂହପୁରରେ ଦୁଇଟି ବୁଥ୍‌ରୁ ଭୋଟ ବାକ୍ସ ନେଇ ପଳାଇଲେ ଦୁର୍ବୃତ୍ତ

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଆରମ୍ଭ ହୋଇଛି । ତେବେ ଭୋଟ୍ ଆରମ୍ଭରୁ ଜଗତିସଂହପୁରରେ ଦୁଇଟି ବୁଥ୍‌ରୁ ଭୋଟ ବାକ୍ସ ଦୁର୍ବୃତ୍ତ ନେଇ ପଳାଇଥିବା ଖବର ଆସିଛି । ଖବର ମୁତାବକ ପଟସରା କେନ୍ଦ୍ରର ୧ ୨ ନମ୍ବର ବୁଥ୍‌ରୁ ଭୋଟ୍ ବାକ୍ସ ନେଇ ପଳାଇଛନ୍ତି ଦୁର୍ବୃତ୍ତ । ଏହା ପରେ ପଟସରା ଭୋଟ୍ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଛି । ବର୍ତ୍ତମାନ ଭୋଟ୍ ବନ୍ଦ ରହିଥିବା ସୂଚନା ମିଳିଛି ।

ତେବେ ଦ୍ବିତୀୟ ପର୍ଯୟାୟ ନିର୍ବାଚନ ପୂର୍ବରୁ ଗତକାଲି ରାତିରେ ଜଗତସିଂହପୁରରେ ନିର୍ବାଚନୀ ହିଂସା ଖବର ଆସିଥିଲା। ପଲ୍ଲୀ ପଞ୍ଚାୟତରେ ଲୋକେ ପୋଲିସ ଭ୍ୟାନ ଭାଙ୍ଗିଥିଲେ ଏବଂ ମହାକାଳେଶ୍ବର ହାବିଳି ନାଥ ସାହିରେ ସାରା ରାତି ପୋଲିସ ଓ ଭ୍ୟାନକୁ ଅଟକ ରଖିଲେ। ଟଙ୍କା ନେଇ ଏକ ନିର୍ଦ୍ଦିଷ୍ଟ ଚିହ୍ନରେ ଭୋଟ୍ ଦେବାକୁ ପୋଲିସ କହୁଥିବା ଏବଂ ପୋଲିସ ଭ୍ୟାନ୍‌ରେ ଏକାଧିକ ମଦ ବୋତଲ ଏବଂ ପୋଷ୍ଟେର ଥିବା ଗାଁ ଲୋକେ ଅଭିଯୋଗ କରିଥିଲେ ।

ଏହି ସମୟରେ ଗତକାଲି ରାତିରେ ପୋଲିସ କର୍ମଚାରୀ ଓ ଗାଁ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା, ଜଣେ ଆହତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ଜଗତସିଂହପୁର ଏସ୍‌ଡିପିଓ, ଆଇଆଇସି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।

Related posts

୨ ଘଣ୍ଟା ପରେ ସଚଳ ହେଲା ହ୍ୱାଟସଆପ୍‌

Odisha Halchal

ଖୋଲୁଛି ଗୁମର, ରହସ୍ୟମୟୀ ବ୍ଲାକମେଲର ଲେଡି ଉପରେ

Odisha Halchal

ବେଆଇନି କଂସେଇଖାନା ଉପରେ ପୋଲିସର ଚଢ଼ାଉ

Odisha Halchal

Leave a Comment