ଅପରାଧଓଡ଼ିଶା ଖବରନ୍ୟୁଜ୍

ଛେଳି ଚୋରି କରିବାକୁ ଆସି ଫସିଗିଲେ ଲୁଟେରା, ଧରାପଡି ଖାଇଲେ ନିର୍ଦ୍ଧୁମ ଛେଚା

ଛେଳି ଚୋରି କରିବାକୁ ଆସି ଫସିଗିଲେ ଲୁଟେରା, ଧରାପଡି ଖାଇଲେ ନିର୍ଦ୍ଧୁମ ଛେଚା

ଗୁରୁବାର ଛେଳି ଓ ମୋବାଇଲ ଚୋରି କରିବାକୁ ଆସି ଧରାପଡି ଛେଚା ଖାଇଲେ ଦୁଇ ଯୁବକ । ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଦେଖିବାକୁ ମିଳିଛି ।ମଧ୍ୟରାତ୍ରରେ ଉଦଳା ଆଡୁ ଏକ ବୋଲେରୋ ଗାଡ଼ିରେ ୫ ଯୁବକ ଛେଳି ଚୋରି କରି ଆସୁଥିଲେ ।

ସଜନାଗଡ଼ ଭାଲୁକାଶୁଣି ଜଙ୍ଗଲରେ ଦମ୍ପତ୍ତି ଏକ ବାଇକରେ ଫେରୁଥିବା ସମୟରେ ତାଙ୍କୁ ଦୁର୍ବୃତ୍ତ ମାନେ ଅଟକାଇ ଭ୍ୟାନିଟି ବ୍ୟାଗ ଓ ମୋବାଇଲ ଛଡାଇ ଆଣିଥିଲେ । ପରେ ଅନ୍ୟ ଏକ ଗାଡି ଆସିବାରୁ ମହିଳା ଜଣକ ସବୁ କଥା କହିଥିଲେ । ସେ ଫୋନ କରିଦେବାରୁ ଘାଟଘର ସାହି ଅଞ୍ଚଳରେ ବୋଲେରୋ ଗାଡି ସହ ଦୁର୍ବୃତ୍ତମାନଙ୍କୁ ଅଞ୍ଚଳବାସୀ ଅଟକାଇ ଥିଲେ ।

ମାରଣାସ୍ତ୍ର ଦେଖାଇ ୨ଜଣ ଯୁବକ ଖସି ଯାଇଥିବା ବେଳେ ୩ଜଣଙ୍କୁ ଅଟକ ରଖିଥିଲେ । ତେବେ ସେହି ୩ ଜଣଙ୍କୁ ଖୁଣ୍ଟିରେ ବାନ୍ଧି ନିର୍ଦ୍ଧୁମ ଛେଚିଛନ୍ତି ଅଞ୍ଚଳବାସୀ । ପରେ ନୀଳଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୩ ଜଣ ଚୋରଙ୍କୁ ଉଦ୍ଧାର କରି ଗାଡିଟିକୁ ଜବତ କରିଛନ୍ତି । ଆଜି ଗିରଫ ଚୋରଙ୍କୁ କୋର୍ଟ ଚାଲାଣ କରାଯିବ।

Related posts

ପରକୀୟା ପ୍ରୀତି ରେ ରାକ୍ଷଶୁନି ସାଜିଲା ବହୁ

Odisha Halchal

‘ସା ରେ ଗା ମା ପା’ ଟ୍ରଫି ହାତେଇଲେ ନୀଲାଞ୍ଜନା

Odisha Halchal

ୟୁଜର୍ସ କହିଲେ-‘ ଏବେ ପନ୍ତଙ୍କ କ୍ୟାରିୟର ଶେଷ’

Odisha Halchal

Leave a Comment