ଓଡ଼ିଶା ଖବରନ୍ୟୁଜ୍

ଗ୍ରାମୀଣ ବିକାଶ ପାଇଁ ଗଣ ମାଧ୍ୟମର ଭୂମିକା ଗୁରୁତ୍ଵ ପୂର୍ଣ୍ଣ

ଗ୍ରାମୀଣ ବିକାଶ ପାଇଁ ଗଣ ମାଧ୍ୟମର ଭୂମିକା ଗୁରୁତ୍ଵ ପୂର୍ଣ୍ଣ

ଖପ୍ରାଖୋଲ:- (ରିପୋର୍ଟ :-ଅବିନାଶ ବିଶ୍ଵାଳ) ସ୍ଥାନୀୟ ବ୍ଲକ ସଭାଗୃହ ଠାରେ ପ୍ରେସ କ୍ଲବ ଆନୁକୁଲ୍ୟରେ ଜାତୀୟ ପ୍ରେସ ଦିବସ ବୁଧବାର ଦିନ ପାଳିତ ହୋଇଯାଇଛି। ବରିଷ୍ଟ ସାମ୍ବାଦିକ ସଦାନନ୍ଦ ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ରୁପେ ଖପ୍ରାଖୋଲ ବିଡିଓ ରଶ୍ମିରଞ୍ଜନ ରାଉତ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର , ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ, ଲାଠୋର ଥାନା ଆଇ ଆଇ ସି ଝସକେତନ୍ ଭୋଇ,ଖପ୍ରାଖୋଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମେଡିକାଲ ଅଧିକାରୀ ଡ଼ା ସୁରଜ୍ ଦୀପ , ହରିଶଙ୍କର ରେଞ୍ଜର ଗିରିଧାରୀ ନାଗ , ବ୍ଲକ କୃଷି ଅଧିକାରୀ ଡମ୍ବରୁଧର ମେହେର , ହରିଶଙ୍କର ସି ଆର ପି ଏଫ୍ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ସତ୍ୟବିର ସିଂ, ଉପଖଣ୍ଡ ସାମ୍ବାଦିକ ସଂଘ ସଂପାଦକ, ପ୍ରବୀଣ ପୁରୋହିତ ଯୋଗ ଦେଇଥିଲେ । ଏହି ଅବସରରେ ବକ୍ତା ମାନେ ଗ୍ରାମୀଣ ବିକାଶ ରେ ଗଣମାଧ୍ୟମ ର ଭୂମିକା ଉପରେ ଆଲୋକ ପାତ କରିବା ସହ ସତ୍ୟ ଓ ନିରପେକ୍ଷ ଖବର ପରିବେଷଣ ଦ୍ଵାରା ଗ୍ରାମାଞ୍ଚଳର ବିକାଶ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଥାନା ଏସ ଆଇ ଗୋପିନାଥ ମହାକୁଡ , ସହକାରୀ କୃଷି ଅଧିକାରୀ ସୁଜିତ ଭୋଇ , ବନପାଳ ଅରବିନ୍ଦ ଧରୁଆ , ସୁଧୀର ଜେନା , ସନ୍ଧ୍ୟା ରାଣୀ ସେଠୀ, ସରପଞ୍ଚ ସଂଘ ସଭାପତି ସିମାଞ୍ଚଲ ପୁରୋହିତ , ଧଣ୍ଡାମୁଣ୍ଡା ସରପଞ୍ଚ ବୈଦ୍ୟନାଥ ମିଶ୍ର, ସମାଜ ସେବୀ ସତ୍ୟାନନ୍ଦ ସେନ୍ଦ୍ରିଆ, ଏ ଭି ଓ ଡ଼ା ସୁଜିତ କୁମାର ଶତପଥୀ , ଅଧ୍ୟାପକ ବଳଭଦ୍ର ଦାଶ, ସଦାଶିବ ସରାଫ,ଉମାକାନ୍ତ ପଧାନ , ତାପସ ରଞ୍ଜନ ବେହେରା, ମନୋଜ ଦାସ , ରାସବିହାରୀ ପଧାନ , କପିଳ ସୁନା , ସରୋଜ ମିଶ୍ର , ଅବିନାଶ ବିଶ୍ଵାଳ , ରୁପେନ୍ଦ୍ର ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ସାମ୍ବାଦିକ ଅଭୟ ତ୍ରିପାଠୀ ପରିଚାଳନା କରିଥିବା ବେଳେ ଜ୍ୟୋତିରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Related posts

‘ରୋୟାଲ ଏନ୍‌ଫିଲ୍ଡ’ର ଗ୍ରାହକଙ୍କୁ ବଡ଼ ଝଟକା, କଂପାନୀ ବଢ଼ାଇଲା ନିଜର ସମସ୍ତ ବାଇକ୍‌ର ଦର

Odisha Halchal

ଦିଦି ଖାଇଗଲେ ଅଣ୍ଡା ପଇସା , ସିଡିପିଓ ଙ୍କ ପାଉଣା ଦୁଇ ହଜାର

Odisha Halchal

ପୁଣି ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ଏଯାଏଁ ୧୬୪ଜଣ ଅଧିକାରୀଙ୍କୁ ବରଖାସ୍ତ କଲେଣି ରାଜ୍ୟ ସରକାର

Odisha Halchal

Leave a Comment